ରାମଗିରି ଉଚ ପ୍ରାଥମିକ ବିଦ୍ୟାଳୟରେ ବାଷିକ ଉତ୍ସବ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ଉଚ ବିଦ୍ୟାଳୟରେ ୨୦୨୪- ୨୫ ଶିକ୍ଷା ବର୍ଷର ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନୀଧି ଗୋପାଳ ଦଳେଇ ଯୋଗଦେଇ କୁନି କୁନି ପିଲା ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ମେଡାଲ, ସିଲ୍ ଇତ୍ୟାଦି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ବାରା ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ବେହେରା, ସ୍ଥାନୀୟ ସରପଞ୍ଚ, ହାଟପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧାରୀ ବଡନାୟକ ଏବଂ ରାମଗିରିର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା- ବ୍ରଜକିଶୋର ମାର୍ଥୀ , ଶ୍ରୀ ରବିନାରାୟଣ ପାଇକରାୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ପ୍ରାୟ ୧୫୦ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Posts
ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା
ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ବୈଠକ ବାରମ୍ବାର ସତ୍ତ୍ବେ ସମସ୍ୟାର ସମାଧାନ ହେଇ…
ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ
ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତରାୟଗଡ: ରାୟଗଡ ଜିଲ୍ଲାସ୍ଥରୀୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜୟନ୍ତୀ ଅବସରରେ ସ୍ଥାନୀୟସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ…
ଜିଲ୍ଲା ପ୍ରଶାସନ ଦ୍ୱାରା ରାୟଗଡ଼ ଠାରେ ଆର୍ଥିକ ସାକ୍ଷ୍ୟରତା ଶିବିର
ଜିଲ୍ଲା ପ୍ରଶାସନ ଦ୍ୱାରା ରାୟଗଡ଼ ଠାରେ ଆର୍ଥିକ ସାକ୍ଷ୍ୟରତା ଶିବିର ଆର,ଉଦୟଗିରି(ମନୋଜ କୁମାର ପାଢୀ/ 01/11/24 ରିଖରେ ରାୟଗଡ଼ ଠାରେ ପୋଷ୍ଟାଲ ଏଜେଣ୍ଟ ଶ୍ରୀ ସନ୍ତୋଷ କୁମାର…