ରାତି ଅଧିଆ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କଲେ ବୁଡି ଅଂଚଳବାସୀ
ଆର, ଉଦୟଗିରି( ମନୋଜ କୁମାର ପାଢୀ ତାରିଖ – 30/05/2024 – ଗତ ଏପ୍ରିଲ 22 ତାରିଖ ଦିନ ଛେଳିଗଡ ବିସ୍ଥାପିତ ବୁଡି ଅଂଚଳ ବାସୀ ନିଜର ହକ ପାଇଁ 15 ଦଫା ଦାବି ନେଇ ଛେଳିଗଡ ହାଟପଦା ଠାରେ ରାସ୍ତା ରୋକ କରିଥିଲେ । ଯାହା ଫଳରେ 326ଏ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ ଭାବେ ଠପ ହୋଇପଡ଼ିଥିଲା। ଏବଂ ସେଦିନ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପାଇ ବୁଡି ଅଂଚଳ ବାସୀ ଆନ୍ଦାଳନରୁ ଓହରିଥିଲେ । ପ୍ରଶାସନର ପ୍ରତିଶୃତିଟି ଦେଇଥିଲେ ଯେପର୍ଯ୍ୟନ୍ତ ବୁଡି ଅଂଚଳ ବାସୀଙ୍କର ଦାବି ପୂରଣ ହେଇନି ସେପର୍ଯ୍ୟନ୍ତ ଛେଳିଗଡ ଜଳପ୍ରକଳ୍ପର କାର୍ଯ୍ୟ ବନ୍ଦ ରହିବ । କିନ୍ତୁ ବେଆଇନ ଭାବେ ଜଳପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ଡେମ କାର୍ଯ୍ୟ ଆରମ୍ଭ କରିଛନ୍ତି । ତାହାକୁ ବିରୋଧ କରି ପ୍ରକଳ୍ପ ଚାଲିଥିବା ଖବର ପାଇ ଟନେଲ କାମ ନିକଟକୁ ବୁଧବାର ସନ୍ଧ୍ୟା ୬ଟା ସତାଧିକ ବୁଡିଅଞ୍ଚଳ ଲୋକେ ଯାଇଥିଲେ । ସେହି ସମୟରେ କାମ ଚାଲିଥିଲା ଏମାନଙ୍କୁ ଦେଖି ସମସ୍ତ କାମ ଶ୍ରମିକ ଭାଇପଲେଇଥିଲେ ସେଥିରୁ ୩ ଜଣଙ୍କୁ କାବୁକରିଥିଲେ । ସେମାନଙ୍କ କୌଣସି ଅଧିକାରୀ ନ ଆସିବା ପରେ ବୁଡି ଅଞ୍ଚଳବାସୀ ସେହି ୩ ଜଣ ଧରି ବୁଡି ଅଂଚଳର ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁଙ୍କ ସମେତ ଅଂଚଳର ଶତାଧିକ ଲୋକେ ମହେନ୍ଦ୍ରଗଡ଼ ସ୍ଥିତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାତିଅଧିଆ ଘେରାଓ କରିବା ସହ ସେହି ଅଫିସ ସଂମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ବୁଡି ଅଂଚଳ ସଂଗ୍ରାମସମିତି ସଭାପତି ଶ୍ରୀ ସାହୁ ଜଳପ୍ରକଳ୍ପର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ବୀରେନ୍ଦ୍ର କୁମାର ଜଗତଙ୍କ ସହ ଫୋନରେ କଥା ହେବା ପରେ ପ୍ରତିଶୃତି ଦେଇ ଆନ୍ଦାଳନରୁ ଓହରି ଯିବା ପାଇଁ ଅନୁରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ଜଳ ପ୍ରକଳ୍ପର କୌଣସି ଅଧିକାରୀଙ୍କ ଆସିନଥିଲେ । ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବା ପରେ ଖବର ପାଇ ରାତିରେ ଅଧରେ ଆର, ଉଦୟଗିରି ପୋଲିସର ପହଂଚି ବୁଡି ଅଂଚଳ ବାସୀଙ୍କ ସହ ତର୍କ ବିତର୍କ କରିବା ସହ ଜଳପ୍ରକଳ୍ପର କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରତିଶୃତି ଦେଇଥିଲେ । ୩ ଜଣକୁ ଅଟକରଖିବା ଶ୍ରମିକ ଉଦ୍ଧାର କରିଥିଲେ । ତେବେ ରାତି ପ୍ରାୟ 1:00 ସମୟରେ ଅଂଚଳ ବାସୀ ଆନ୍ଦାଳନରୁ ଓହରିଥିଲେ ।