ରାଜ୍ୟ ସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଟୁର୍ନାମେଣ୍ଟ ୨୦୨୪ ଉଦଯାପିତ କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ସାରଙ୍ଗଡ଼ ଠାରେ ଦଶମ ରାଜ୍ୟସ୍ତରୀୟ ସାରଙ୍ଗଡିଆନ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦଘାଟନ ପ୍ରତିଯୋଗିତା ରେ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ଓ ଫୁଟବଲ ଏକାଦେମୀ ଭଞ୍ଜନଗର ମଧ୍ୟରେ ହୋଇଥିଲା l ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତା ରେ 2-0 ଗୋଲ ରେ ସ୍ପୋର୍ଟ୍ସ ହଷ୍ଟେଲ ଫୁଲବାଣୀ ବିଜୟ ହୋଇଥିଲେ l ଏହି ପ୍ରତିଯୋଗିତା ର ଫୁଲବାଣୀ ଟିମ ର ଖେଳାଳି ଶ୍ରୀଯୁକ୍ତ ବିଶ୍ୱନାଥ ମୁର୍ମୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ କେ. ନୂଆଗାଁ ବ୍ଲକ ଅଧକ୍ଷ ଶ୍ରୀମତୀ ସୁଲୋଚନା ଦଳବେହେରା, ମୁଖ୍ୟ ବ୍ୟକ୍ତା ଡ଼. ସୁଶାନ୍ତ କୁମାର ଦାଶ, ସମ୍ମାନିତ ଅତିଥି ମଧ୍ୟରେ ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର, କେ. ନୂଆଗାଁ ଏକ ନମ୍ବର ଜୋନ ଜିଲ୍ଲାପରିଷଦ ଶ୍ରୀମତୀ ଅନିତା ମଲ୍ଲିକ, କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯତୀନ କୁମାର ଦିଗାଳ, ଟିକାବାଲି ବ୍ଲକ ର କଟିମାହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ସହ ଅନେକ ଅତିଥି ଯୋଗଦେଇଥିଲେ l ଫୁଟବଲ ଓ ଆଥଲେଟିକ ଆସୋସିଏସନ ର ସମସ୍ତ ପରିଚାଳନା କମିଟି ସଦସ୍ୟ ଏହି ଟୁର୍ନାମେଣ୍ଟ କୁ ବହୁତ ସୁନ୍ଦର ଭାବେ ପରିଚାଳନା ଦାୟିତ୍ୱ ନେଇଥିଲେ l ସେମାନଙ୍କ ମଧ୍ୟରେ ଏହି ସଂଘ ର ସଭାପତି ଶ୍ରୀଯୁକ୍ତ ସତ୍ୟବାନ ପ୍ରଧାନ, ଉପସଭାପତି ଶ୍ରୀଯୁକ୍ତ ପୁରୁଷୋତ୍ତମ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ଠାକୁର ବିଷୋୟୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଭୁଲେଶ୍ୱର ପ୍ରଧାନ ଓ ପୀତବାସ ବିଷୋୟୀ, କୋଷାଧକ୍ଷ ଶ୍ରୀଯୁକ୍ତ ବିମଳ କୁମାର ବିଷୋୟୀ, ସଂଯୋଜକ ଶ୍ରୀଯୁକ୍ତ ରାକେଶ କୁମାର କୋଠଦଳେଇ ଏବଂ ଉପଦେଷ୍ଟା ମଣ୍ଡଳୀ ମଧ୍ୟରେ ଶ୍ରୀ ସହଦେଵ ପାତ୍ର, ଦନାରା ପ୍ରଧାନ, ବିସିକେଶନ ପ୍ରଧାନ, ରୋହିତ୍ଵାସ ନାୟକ, ରାଜେନ୍ଦ୍ର କୁମାର ତ୍ରିପାଠୀ, ବସନ୍ତ ପୂଜାରୀ, ମହାଦେବ ପ୍ରଧାନ, ବରୁଣ କହଁର, ସଞ୍ଜୟ ପ୍ରଧାନ ଓ ରାଜକୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ରେଫେରୀ ରୂପେ ଶ୍ୟାମ ସୁନ୍ଦର ସା, ପାର୍ଶ୍ଵ ରେଫେରୀ ରୂପେ ଶ୍ରୀଯୁକ୍ତ ରାଧାକାନ୍ତ ବିଷୋୟୀ ଏବଂ ଶ୍ରୀଯୁକ୍ତ ଦୀପକ କୁମାର କୋଠଦଳେଇ ଦାୟିତ୍ୱ ନେଇଥିଲେ l
Related Posts
କାର୍ ରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
କାର୍ ରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ୪୦୯ କେଜି ଗଞ୍ଜେଇ ଜବତ କଲା ମାଛକୁଣ୍ଡ ଥାନା ପୋଲିସ୍।ଗଞ୍ଜେଇ…
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ, ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ
‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ଦୁଃଖ, ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ…
ଓଁ ଶ୍ରୀ ଶ୍ରୀ ଶଙ୍କଟେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି –ବି, ବ୍ଲକ, ସେକ୍ଟର -6,- ରାଉରକେଲା ର ନୂତନ କମିଟି, ସଦସ୍ୟ, ନୂତନ ମେମ୍ବର, ଏବଂଗ ଉପଦେଷ୍ଟା ମଣ୍ଡଳୀ. ଙ୍କ ପ୍ରତିଛବି l!
ଓଁ ଶ୍ରୀ ଶ୍ରୀ ଶଙ୍କଟେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି –ବି, ବ୍ଲକ, ସେକ୍ଟର -6,- ରାଉରକେଲା ର ନୂତନ କମିଟି, ସଦସ୍ୟ, ନୂତନ ମେମ୍ବର, ଏବଂଗ…