ରାଜ୍ୟ ସ୍ତରୀୟ ସର୍ଗିଫୁଲ ରେ ରାୟଗଡ଼ା ଜ଼ିଲ୍ଲା ରେ ଛାତ୍ର ଛାତ୍ରୀ ନିଜର କମାଲ ଦେଖାଇଲେ

ରାଜ୍ୟ ସ୍ତରୀୟ ସର୍ଗିଫୁଲ ରେ ରାୟଗଡ଼ା ଜ଼ିଲ୍ଲା ରେ ଛାତ୍ର ଛାତ୍ରୀ ନିଜର କମାଲ ଦେଖାଇଲେ

ରାୟଗଡା : ଗତ 18/12/2024 ଠାରୁ 20/12/2024 ଯାଏଁ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ଯକ୍ରମ କୁ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନୟକ ଉଦ୍ଘାଟନ କରିଥିଲେ। ରାଜ୍ୟର 1082 ଜଣ ଛାତ୍ର ଛାତ୍ରୀ ଓ 139 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତା ସହ ଭଲି ବଲ, ବିଜ୍ଞାନ ମେଳା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ରେ ଗଣ ଶିକ୍ଷା ତଥା କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାୟଗଡ଼ା ଜିଲ୍ଲା ର 51 ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋିତାରେ ଅଂଶ ଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା ରୁ ଦଳଗତ ନୃତ୍ୟ ରେ ଶିରିପୂର୍ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଚିତ୍ରାଙ୍କନ କନିଷ୍ଠ ରେ କୁଟୁଳି ଆଶ୍ରମ ବିଦ୍ୟାଳୟ ର ପପୁ ମାଝୀ ଦ୍ଵିତୀୟ ପୁରସ୍କାର, ଚିତ୍ରାଙ୍କନ ବରିଷ୍ଠ ରେ ସିରିଗୁଡ଼ା ଏକଲବ୍ୟ ବିଦ୍ୟାଳୟ ର ଶଶିକାନ୍ତ ହିମରିକା ଦ୍ଵିତୀୟ ପୁରସ୍କାର,ଏକକ ନୃତ୍ୟ କନିଷ୍ଠ ରେ ଭାରସିଂ ଉଚ୍ଚ ବିଦ୍ୟାଳୟ ର ମଣ୍ଟୁ ଶବର ଓ ବରିଷ୍ଠ ରେ କଟଲଗୁଡ଼ା ଅନ୍ୱେଷା ର ସୁବର୍ଣ୍ଣ ଚିଲିକା ଶବର ଦ୍ଵିତୀୟ ତଥା ସୃଜନଶୀଳ ଲିଖନ ବରିଷ୍ଠ ରେ ହାଟ ମୁନିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ର ଅର୍ଚ୍ଚନା ଜକସିକା ଦ୍ଵିତୀୟ ପୁରସ୍କାର ପ୍ରାପ୍ତ କରିଛନ୍ତି। ତର୍କ ବରିଷ୍ଠ ବିଭାଗ ରେ ସିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ସରକା ଶିବାନୀ,ବାକଚତୁରି ବରିଷ୍ଠ ରେ ଗୁଡ଼ାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଲକ୍ଷ୍ମୀ ଶବର ଏବଂ କୁଇଜ କନିଷ୍ଠ ବିଭାଗ ରେ ରିଭଲ୍ କଣା ର ଶ୍ରିନୁ କଣ୍ଡଗରୀ ଓ କୁମ୍ଭିକୋଟା ର ଜଙ୍ଗମା ବିଡ଼ିକା ତୃତୀୟ ପୁରସ୍କାର ଲାଭ କରିଛନ୍ତି। ରାଜ୍ୟ ସ୍ତରରେ ଯେଉଁ ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଛନ୍ତି ସେମାଙ୍କୁ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ଅକ୍ଷୟ ସାହୁ,କୃଷ୍ଣ ଚନ୍ଦ୍ର ବେହେରା, ସସ୍ମିତା ରଥ, ଶୁଭପ୍ରଦା ସାସମଲ, ଙ୍କ ସମତେ ପ୍ରଧାନ ଶିକ୍ଷକ ବିସିକେଶନ ବାଘ, ତ୍ରିପତି ହିକକା, ନବୀନ ପାତ୍ର, ମନୋଜ ପାଢ଼ୀ, ଶିବପ୍ରସାଦ ଶବର ଲୋକନାଥ ଶବର, ଗୋପୀନାଥ ପରିଛା, ବସନ୍ତ ପଣ୍ଡା ସଂଜୟ ବେହେରା ମୃତ୍ୟୁଞ୍ଜୟ ପଟ୍ଟନାୟକ, ଅଭିନନ୍ଦନ ଜଣାଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *