ରାଜ୍ୟ ବାହାରକୁ ଚୋରାଚାଲାଣବେଳେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକ୍‌ଅପ୍ ଜବତ

ରାଜ୍ୟ ବାହାରକୁ ଚୋରାଚାଲାଣବେଳେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକ୍‌ଅପ୍ ଜବତ

ଗଜପତି (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ୧୦ବସ୍ତା ଗଞ୍ଜେଇ ସମେତ ମ୍ୟାକ୍ସ ପିକଅପ୍ ଗାଡି ଜବତ କର ଜ୍ଝଜ୍ଝଯିବା ସହ ୨ଜଣକୁ ଗିରଫ କରାଯାଇଛି। ଗିରଫ ୨ଜଣ ମୋହ‌ନା ଥାନା ଅନ୍ତର୍ଗତ କେଚାପଙ୍କା ଗ୍ରାମର ଜୁଏଲ ଶବର ଓ ଅନାମ ଗମାଙ୍ଗ ବୋଲି ପାରଳାଖେମୁଣ୍ଡି ଅବକାରୀ ଥାନା ତରଫରୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରାଯାଇ କୁହାଯାଇଛିଯେ ଗୁରୁବାର ଭୋର ସମଯରେ ଅବକାରୀ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଛକରେ ଏକ ମ୍ୟାକ୍ସ ପିକ୍‌ଅପ ଗାଡିକୁ ସନ୍ଦେହଜନକ ଭାବେ କଇଁପୁର ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଦେଖୁଥିଲେ । ପାଟ୍ରୋଲିଂ ଟିମ୍ଗାଡିକୁ ଅଟକାଇ ଖାନତଲାସୀ କରିଥିଲେ ଏବଂ ସେଥିରୁ ୧୦ବସ୍ତା ଗଞ୍ଜେଇ ବାହାରିଥିଲା । ଘଟଣାସ୍ଥଳରୁ ଗାଡି ସହ ଗଞ୍ଜେଇକୁ ଜବତ କରିବା ସହ ଚୋରାଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ଓଜନ ୩ ଵିଣ୍ଟାଲ ଏବଂ ଆନୁମାନିକ ବଜାର ମୂଲ୍ୟ ୩୦ଲକ୍ଷ ଟଙ୍କାରୁ ଈଶ୍ବର ହେବ ବୋଲି କୁହାଯାଇଛି ଜ୍ଝ ଜବତ ହୋଇଥିବା ଗଞ୍ଜାଇ ରାମଗିର ଅଞ୍ଚଳରୁ କଇଁପୁର ରାସ୍ତାଦେଇ ଜାତୀୟ ରାଜପଥକୁ ଯାଉଥିଲା ବୋଲି ପାରଳାଖେମୁଣ୍ଡି ଅବକାରୀ ଥାନା ଉପନିରୀକ୍ଷକ ଦୟାନିଧ ବାରିକ କହିଛନ୍ତି । ଏହି ଘଟଣାରେ ଗାଡିର ମାଲିକ ସମେତ ଅନ୍ୟ କିଛି ଲୋକ ସମ୍ପୃକ୍ତ ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ବାରିକ କହିଛନ୍ତି ।

Leave a Reply

Your email address will not be published. Required fields are marked *