ରାଜ୍ୟସ୍ତରୀୟ ପୋଷ୍ୟ ସନ୍ତାନ ନିର୍ଦ୍ଦେଶାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର: ଆଇନଗତ ପୋଷ୍ୟ ଗ୍ରହଣ ହିଁ ପ୍ରତ୍ୟେକ ଶିଶୁକୁ ପରିବାର ଯୋଗାଇ ଦେବାର ପ୍ରକୃଷ୍ଟ ଉପାୟ। ଶିଶୁ ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟେକ ହିତାଧିକାରୀଙ୍କ ସକ୍ରିୟ ସହଭାଗିତା ଦ୍ୱାରା ଏହାକୁ ନିଶ୍ଚିତ କରାଯାଇ ପାରିବ | ଆଜି ଭୁବନେଶ୍ୱର ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲରେ ଆୟୋଜିତ ଏକଦିବସୀୟ ରାଜ୍ୟସ୍ତରୀୟ ପୋଷ୍ୟ ଗ୍ରହଣ ନିୟମାବଳୀ, ୨୦୨୨ ତାଲିମ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଅଛି | କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀଙ୍କ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ରାଜ୍ୟ ପୋଷ୍ୟ ଗ୍ରହଣ ସଂଯୋଜନା ସଂସ୍ଥା ଓ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅତିରିକ୍ତ ଜିଲ୍ଲାପାଳ, ୩୦ଗୋଟି ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ରାଜ୍ୟରେ ଥିବା ୩୩ଗୋଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ପ୍ରଦାନ ସଂସ୍ଥାର ପରିଚାଳକମାନେ ଯୋଗ ଦେଇଥିଲେ | ଉଦଘାଟନ ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ତଥା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ଶ୍ରୀମତୀ ମୋନିଷା ବାନାର୍ଜୀ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସମ୍ବିତ କୁମାର ନାୟକ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସମ୍ବିତ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପୋଷ୍ୟ ଗ୍ରହଣ ଓ ପ୍ରଦାନ ର ପ୍ରକ୍ରିୟା କୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଦିଗକୁ ଧ୍ୟାନ ଦେବା ସହିତ ନିୟମାବଳୀର ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଥିଲେ | ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ବାନାର୍ଜୀ ପୋଷ୍ୟ ଗ୍ରହଣ ସମ୍ପର୍କରେ ଅଧିକରୁ ଅଧିକ ଆଲୋଚନାରେ ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିବା ବେଳେ ସାମାନ୍ୟ ବୟସ୍କ ପରିତ୍ୟକ୍ତ ଓ ସମର୍ପିତ ଶିଶୁ ମାନଙ୍କର ପୋଷ୍ୟ ସଂଖ୍ୟା ବୃଦ୍ଧି ପାଇଁ ଧ୍ୟାନ ଆକର୍ଷଣ କରିଥିଲେ | ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରମୁଖ ସଚିବ ମହିଳା ଓ ଶିଶୁ ବିକାଶ ବିଭାଗ ଶ୍ରୀମତୀ ଶୁଭା ଶର୍ମା ନିଜର ବକ୍ତବ୍ୟରେ ପରିବାରଟିଏ ପାଇବା ପ୍ରତ୍ୟେକ ଶିଶୁର ଅଧିକାର ଓ ଏଥିପାଇଁ ସମସ୍ତେ ଉଦ୍ଦିଷ୍ଟ ସମୟ କୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ |ଏହାପରେ କେନ୍ଦ୍ରୀୟ ପୋଷ୍ୟ ଗ୍ରହଣ ସମ୍ବଳ କର୍ତ୍ତୃପକ୍ଷ, ନୂଆଦିଲ୍ଲୀର ସମ୍ବଳ କର୍ମୀ ଅନ୍ଵେଷା ମିଶ୍ର ଏବଂ ଶିବମ ତ୍ୟାଗୀ, ଡେଭଲପର CARINGS ପୋଷ୍ୟ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିଥିଲେ |ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ପ୍ରିତୀକାନ୍ତ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶେଷରେ ରାଜ୍ୟ ପୋଷ୍ୟ ଗ୍ରହଣ ସଂସ୍ଥା ର କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀମତୀ ସୁଜାତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ |
Related Posts
ମେ ୬ ଓ ୮ରେ ବଡ଼ ବର୍ଷା
ମେ ୬ ଓ ୮ରେ ବଡ଼ ବର୍ଷା ଭୁବନେଶ୍ୱର: (Abhishek Mohanty)ଓଡ଼ିଶାରେ ମେ ୬ ଓ ୮ ତାରିଖରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।ଏହି ଦୁଇ…
ସ୍କୁଲ୍ରୁ 5T ଚାର୍ଟର୍ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ!
ସ୍କୁଲ୍ରୁ 5T ଚାର୍ଟର୍ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ! ରୂପାନ୍ତରିତ ହାଇସ୍କୁଲ୍ ଗୁଡ଼ିକରୁ 5T ଚାର୍ଟର୍ ହଟାଇବାକୁ ନିର୍ଦ୍ଦେଶ. ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓସେପା ପ୍ରକଳ୍ପ…
କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହିତ ଆଲୋଚନା କଲେ ଜିଲ୍ଲା ପ୍ରଶାସନ, କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ ଭୁବନେଶ୍ୱର:…