ଭୁବନେଶ୍ଵର:ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆସନ୍ତାକାଲି ଜିଲ୍ଲାପାଳ ଓ ପରଦିନ ପୁଲିସ୍ ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ପ୍ରଥମ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ବିଜେପି ସରକାରର ନିଜସ୍ୱ ନୂଆ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, ଇଜି ଅଫ ଡୁଇଙ୍ଗ ବିଜିନେସ୍ , ଅଭିଯୋଗ ସମାଧାନ ଓ ସରକାରୀ ସେବା ପ୍ରଦାନ ସମେତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଉପକୂଳ ସୁରକ୍ଷା ଓ ମାଓବାଦୀ ସମସ୍ୟା, ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଜିରୋ ଟଲେରାନ୍ସ ଓ ନିଶା କାରବାରର ମୁକାବିଲା ଆଦି ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏହାସହିତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
Related Posts

ସାଧାରଣ ଲୋକଙ୍କ ସହ ରଜ ପାଳିଲେ ମୁଖ୍ୟମନ୍ତ୍ରୀ
ସାଧାରଣ ଲୋକଙ୍କ ସହ ରଜ ପାଳିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ( ଅଭିଷେକ ମହାନ୍ତି)ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ…

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ଉତ୍ପାଦକ, ନିବେଶକ, ସରକାର ଏକାଠି
ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀରେ ଉତ୍ପାଦକ, ନିବେଶକ, ସରକାର ଏକାଠି ଭୁବନେଶ୍ୱର: ଗ୍ରିଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୬ ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କଷମୋପଲ୍ଲୀ ଆପାର୍ଟମେଣ୍ଟ ଜଗନ୍ନାଥ ମନ୍ଦିର ଡ଼ୁମଡ଼ୁମା ଭୁବନେଶ୍ୱରରେ…