ରାଉରକେଲା ର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ଦୁଇ ଦିନ ଧରି ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଆୟୋଜନ କରିଥିଲା ।

ରାଉରକେଲା ର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ଦୁଇ ଦିନ ଧରି ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଆୟୋଜନ କରିଥିଲା ।

ରାଉରକେଲା:)।( ସାଇ ପ୍ରିନ୍ସେ ମହାପାତ୍ର) (ଗତ ୨୩ ତାରିଖ ସକାଳ ୯.୩୦ ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ କନିଷ୍ଠ ବର୍ଗ ରୁ ବରିଷ୍ଠ ବର୍ଗ ପର୍ଯ୍ୟନ୍ତ ପାଞ୍ଚୋଟି ବର୍ଗ ରେ ପ୍ରତିଯୋଗୀତା ଆୟୋଜନ କରା ଯାଇଥିଲା । ରାଉରକେଲା ତଥା ଓଡିଶାର ବିଭିନ୍ନ ପ୍ରାନ୍ତ ସହିତ ବମ୍ବେ, ଧାନବାଦ, ଆସାମସୋଲ, ଝାଡ଼ଖଣ୍ଡ, କଲିକତା, ରାଜସ୍ଥାନ ଓ ଛତିଶଗଡରୁ ଅନ୍ୟୁନ ୧୮୦ ଜଣ ନୃତ୍ୟ ପ୍ରତିଯୋଗୀ ଏକକ ତଥା ଗୋଷ୍ଠୀ ସମୂହ ଭାବରେ ଭାଗ ନେଇ ଥିଲେ । ସୁଦୂର ବଲିଉଡରେ ପରାକାଷ୍ଠା ଦେଖାଇଥିବା ରୋଜା ରାଣା ଓ ପଶିମ ବଙ୍ଗ ରୁ ବିଶିଷ୍ଟ ନୃତ୍ୟ ଗୁରୁ ସୁସ୍ମିତା ତମଙ୍ଗ ବିଚାରିକା ଭାବରେ ଉପନୀତ ଥିଲେ । ନୃତ୍ୟ ପ୍ରତିଯୋଗୀତା କୁ ରାଉରକେଲାର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଗୁରୁ ଶ୍ରୀମତୀ ସୁଚିସ୍ମିତା ବିଶ୍ଵାସ, ରାଉରକେଲା ମହାବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା ଙ୍କ ସହ ଆସ୍ଥାର ସଭାପତି ବିଷ୍ଣୁ ମୋହନ ମିଶ୍ର ପ୍ରଦୀପ ପ୍ରଜ୍ଵଳନ ସହ ଉଦଘାଟନ କରିଥିଲେ ।

ପ୍ରାରମ୍ଭରେ ରୋଜା ନୃତ୍ୟାନୁଷ୍ଠାନର ସଭାପତି ବିଜୟ ମୁଖୀ ସ୍ଵାଗତ ଭାଷଣ ରଖିଥିବା ବେଳେ ସମ୍ପାଦିକା ଶିବାନୀ ରାଣା ଆୟୋଜନ କରାଯାଉଥିବା ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ନୃତ୍ୟାନୁଷ୍ଠାନ ର ନିର୍ଦ୍ଦେଶକ ଆଲୋକ ଜେନା ଓ ବିଚାରିକା ଦ୍ୱୟ ପ୍ରତିଯୋଗୀ ମାନଙ୍କୁ ପ୍ରତିଯୋଗୀତା ଉପରେ ସମ୍ୟକ ସୂଚନା ଦେଇଥିଲେ । ପ୍ରତିଯୋଗୀତା ପର ଦିନ ଅର୍ଥାତ ତା ୨୪ ରିଖ ଉଦଯାପନୀ ସନ୍ଧ୍ୟାରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାୟକ, ରାଉରକେଲା chamber of commerce ର ପ୍ରାକ୍ତନ ସଭାପତି ଶ୍ରୀଯୁକ୍ତ ସୁନୀଲ କାୟଲ, ନୃତ୍ୟାନୁଷ୍ଠାନର ଅଧକ୍ଷ୍ୟ ଶ୍ରୀମତୀ ବିଷ୍ଣୁପ୍ରିୟା ସ୍ଵାଇଁ, ନିର୍ଦ୍ଦେଶକ ଆଲୋକ ଜେନା, ଅବସର ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାମଲ ଓ ଲାୟନ୍ସ କ୍ଲବର ସଭାପତି ଶ୍ରୀମତୀ ବୈଶାଳୀ ଖେଡିଆ, ସମାଜ ସେବୀ ସୀମା ମହାନ୍ତି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଯାପନୀ ଅଭିଭାଷଣ ରଖିଥିଲେ । ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ କର କମଳରୁ ବିଚାରିକା ଦ୍ୱୟ ଙ୍କୁ ପୁଷ୍ପଗୁଚ୍ଛ ଓ ଉତରିୟ ସହ ଉପଢୌକନ ପ୍ରଦାନ କରାଯାଇଥିଲା ।

ପ୍ରାକାଶ ଥାଉ କି ବିଧାୟକ ରୋଜା କୁ ରାଉରକେଲାର ଗର୍ବ ରୂପେ ପ୍ରତିପାଦନ କରିବା ସହ ସୁଦୂର ପଶିମ ବଙ୍ଗରୁ ପ୍ରଥମ କରି ଆସିଥିବା ସୁସ୍ମିତା ତମଙ୍ଗ କୁ ଛୋଟ ବୟସରୁ ଏପରି ବିଚାରିକା କାର୍ଯ୍ୟ ପାଇଁ ଭୂଯସୀ ପ୍ରଶଂସା କରିଥିଲେ । ଉକ୍ତ ପ୍ରତିଯୋଗୀତା ଏକକ ପର୍ଯ୍ୟାୟ କନିଷ୍ଠ ଶ୍ରେଣୀରେ ରାଉରକେଲାରୁ ଆକାଂକ୍ଷା ପ୍ରଧାନ ଓ ପ୍ରିୟାନୀ ଚାଟୋଇ ପ୍ରଥମ ଓ ତୃତୀୟ ଏବଂ କୋରାପୁଟ ରୁ ଅଦିତି ପଟ୍ଟନାୟକ ଦ୍ଵିତୀୟ ସ୍ଥାନ, ବରିଷ୍ଠ ବର୍ଗରେ ମୁମ୍ବାଇରୁ ଆସିଥିବା କିଷାନ ଆଉଜି ପ୍ରଥମ, ରାଉରକେଲାରୁ ଆକାଶ ସାହୁ ଦ୍ଵିତୀୟ ଏବଂ ଝାରସୁଗୁଡାରୁ ଦୁଷ୍ମନ୍ତ ପୋଧା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହି ପରି ଗୋଷ୍ଠୀ ସମୂହ ପ୍ରତିଯୋଗୀତାର ତିନୋଟି ପର୍ଯ୍ୟାୟରେ ବ୍ରଜରାଜ ନଗର, ଧାନବାଦ, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ରୁ ବିଜେତା ରୂପେ ଘୋଷଣା କରାଯିବା ସହିତ ସମସ୍ତଙ୍କୁ ଉପଢୌକନ ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ସନ୍ଧ୍ୟାର ପ୍ରାରମ୍ଭରେ ନୃତ୍ୟାଙ୍ଗନା ନୃତ୍ୟାନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ ସହ ସନ୍ଧ୍ୟାକୁ ଅତୀବ ଆକର୍ଷଣ କରିବାପାଇଁ ରୋଜା ବଲିଉଡ ପ୍ରକାରରେ ତାର group ସହିତ ମିଶି ବିଭିନ୍ନ ଶୈଳୀ ରେ ନୃତ୍ୟ ପରିବେଷଣ କରିଥିଲେ । ପ୍ରେକ୍ଷାଳୟ ଦର୍ଶକ ମାନଙ୍କ ଅନୁରୋଧ କ୍ରମେ ଅନ୍ୟତମ ବିଚାରିକା ସୁସ୍ମିତା ତାର ବିଶିଷ୍ଟ ଶୈଳୀ popping animation ର ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଉକ୍ତ ଦ୍ଵିଦିବାସୀୟ କାର୍ଯ୍ୟକ୍ରମ ରେ ଉଦ୍ଘୋସିକ ଭାବରେ ସ୍ମୃତି ରଞ୍ଜନ ନାୟକ, ବିଶ୍ଵଜିତ ନାୟକ ଓ ମୋନାଲିସା ସାହୁ ଏବଂ ପରିଶେଷ ରେ ଧନ୍ୟବାଦ ଅର୍ପଣ ଦୀପିକା ପାତ୍ରଙ୍କ ଦ୍ଵାରା କରାଯାଇ ଥିଲା । କାର୍ଯ୍ୟ କ୍ରମ କୁ ସସ୍ମିତା ଜେନା, ସୂରଜ ତନ୍ତି, ସୋମ୍ୟଶ୍ରୀ ନାୟକ, ରୁବି ପାତ୍ର, ବିଭୁତି ଭୂଷଣ ସେଠୀ, ହରେନ୍ଦ୍ର ନାୟକ, ଟୁନା ଗଉଡ, ମନୀଷା ଜେନା, ପରଶୁରାମ ମଲିକ, ରାମ, ବଣ୍ଟି, କୁଲଦୀପ, ରନୀ, ରକି ଓ କ୍ଷିତିଶ ଜେନା ପ୍ରମୁଖ ସହଯୋଗ କରିଥିଲେ । ରିପୋର୍ଟ୍ :ସାଇ ପ୍ରିନ୍ସେ ମହାପାତ୍ର!

Leave a Reply

Your email address will not be published. Required fields are marked *