ଚେନ୍ନାଇ : ଚେନ୍ନାଇର ମରିନା ବିଚ୍ ରେ ଏୟାର ସୋ’ ସମୟରେ ହୋଇଥିବା ଅଂଶୁଘାତ ଓ ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ଅତି କମରେ ଜଣକ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତର କହିଛନ୍ତି। ସୂଚନା ଅନୁସାରେ ମରିନା ବିଚରେ ଆୟୋଜିତ ୯୨ତମ ଭାରତୀୟ ବାୟୁସେନା ଦିବସ ସମାରୋହରେ ଲଢୁଆ ବିମାନର ରୋମାଞ୍ଚକର ପ୍ରଦର୍ଶନ ଦେଖିବା ପାଇଁ ଦିନ ୮ଟାରୁ ଦର୍ଶକମାନେ ମରିନା ବେଳାଭୂମିରେ ଏକାଠି ହେବା ଆରମ୍ଭ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ହାତରେ ପ୍ରଚଣ୍ଡ ଖରାରୁ ନିଜକୁ ରକ୍ଷା କରିବା ପାଇଁ ଛତା ଥିଲା । ଏୟାର ସୋ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଚାଲିଥିଲା । ଭାରତୀୟ ବାୟୁସେନାର ସ୍ପେଶାଲ ଗରୁଡ ଫୋର୍ସର କମାଣ୍ଡୋମାନେ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ନମୁନା ଅପରେସନର ସାହସିକ କୌଶଳ ପ୍ରଦର୍ଶନ କରିବା ସହିତ ଏହି ପ୍ରଦର୍ଶନ ଆରମ୍ଭ ହୋଇଥିଲା । ତାପରେ ରାଫେଲ ସମେତ ଅନ୍ୟ ଲଢୁଆ ବିମାନର ପ୍ରଦର୍ଶନ କରାଯାଇଥିଲା । ପ୍ରବଳ ଗରମ ସତ୍ତ୍ବେ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ପହଞ୍ଚି ରାଫେଲ ସମେତ ଭାରତୀୟ ବାୟୁସେନାର ବିଭିନ୍ନ ଲଢୁଆ ବିମାନର କୌଶଳକୁ ଉପଭୋଗ କରିଥିଲେ। କିନ୍ତୁ ପ୍ରବଳ ଗରମ ଓ ପାଣି ଅଭାବରୁ ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ ଓ ଅଂଶୁଘାତ ହୋଇଥିଲା । ପରେ ଦଳାଚକଟା ହେବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ।
Related Posts
ପୁରୁଣାପାଣି ପଞ୍ଚାୟତବାସୀଙ୍କ ମୌଳିକ ସମସ୍ୟା ପୁରଣ ଦାବି ନଚେତ ଭୋଟବର୍ଜନ ଚେତାବନୀ
ପୁରୁଣାପାଣି ପଞ୍ଚାୟତବାସୀଙ୍କ ମୌଳିକ ସମସ୍ୟା ପୁରଣ ଦାବି ନଚେତ ଭୋଟବର୍ଜନ ଚେତାବନୀ ଆର,ଉଦୟଗିରି(ମନୋଜ କୁମାର ପାଢୀ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ପୁରୁଣାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କ…
ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା
ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା ପୋଲିସ ବୁଧବାର ଦିନ ରାୟଗଡା ଜିଲ୍ଲା ପୋଲିସ ଓ ଗୁଣୁପୁର ପ୍ରଶାସନ…
ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ
ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକ ବିଭାଗର ପୂର୍ବତନ ଏଚ୍ଓଡି ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ…