ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରହିବନି ବ୍ୟବସାୟୀକ ଷ୍ଟଲ
ପୁରୀ: ପୁରୀରେ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ରହିବନି ବ୍ୟବସାୟୀକ ଷ୍ଟଲ।ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଂଚଳରେ କଟକଣା ଜାରି ହୋଇଛି।କେବଳ ସେବା ପ୍ରଦାନକାରୀ ଷ୍ଟଲ ହିଁ ଲାଗି ପାରିବ।ଓଡ଼ିଶା ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କଲା ପୁରୀ ପୌରପାଳିକା।ଅସ୍ଥାୟୀ ଷ୍ଟଲ ନିର୍ମାଣ ପ୍ରସଙ୍ଗରେ ଦାୟର ମାମଲାରେ ଶୁଣାଣି ହୋଇଛି।