ରଟିଙ୍ଗିଆରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ

ରଟିଙ୍ଗିଆରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ…..

ଘୁ.ଉଦୟଗିରି :- (ରିପୋର୍ଟ କୁନା ଦିଗାଲ ) ଜି.ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ମଦର ପ୍ରାଦୁର୍ଭାବ ବଢୁଥିବାରୁ ଆଜି ଗ୍ରାମ ପଞ୍ଚାୟତ ମହିଳା ମହାସଂଘର ଶତାଧିକ ମହିଳା ମଦ କାରବାର କରୁଥିବା ପରିବାରକୁ ଯାଇ ମଦ ବନ୍ଦ ପାଇଁ ବୁଝେଇବା ସହିତ ମହୁଲ ପୋଚ ନଷ୍ଟ କରିବା, ହାଣ୍ଡି ଭାଙ୍ଗିବା ଭଳି କାର୍ଯ୍ୟକୁ ହାତକୁ ନେଇଛନ୍ତି। ଅଞ୍ଚଳରେ ମଦ କାରବାର ହେଉଥିବାରୁ ଅନେକ ପରିବାର ବିଶୃଙ୍ଖଳା ହେବ ସହିତ ଶିକ୍ଷା, ସ୍ଵାସ୍ଥ୍ୟ ଆର୍ଥିକ କ୍ଷେତ୍ରରେ ଅବନତି ଘଟୁଥିବାରୁ ଏହି ପରି ପଦକ୍ଷେପ ନେଇଥିବା ସମାଜସେବୀ ହୃଷିକେଶ ପ୍ରଧାନ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ମାସ ୨୦ ତାରିଖରେ ମଦ ବନ୍ଦ ପାଇଁ ବଡ଼ ଧରଣର ସଚେତନତା ପଦ ଯାତ୍ରା କରି ଅଞ୍ଚଳର ବିଭିନ୍ନ ଗାଁରେ ସଚେତନ କରାଯାଇଥିଲା। ଏଥିରେ ମଦ ରନ୍ଧୁଥିବା ପରିବାରକୁ ସମୟସୀମା ମଧ୍ୟରେ ମଦ ରନ୍ଧା ବନ୍ଦ କରିବାକୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ପୁଣି ଆଜି ଅଞ୍ଚଳର ଶତାଧିକ ମହିଳାମାନେ ଏକଜୁଟ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିର ଏହି ମଦ ବନ୍ଦ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଏମ.ବି.କେ. ଡି. ସବନମ, ମହାସଂଘର ସଭାନେତ୍ରୀ ଦମ୍ବିକା ନାୟକ, ସମ୍ପାଦିକା ରାଜଶ୍ରୀ ମଲ୍ଲିକ, ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ସମାଜସେବୀ ହୃଷିକେଶ ପ୍ରଧାନ, ଜି.ଏସ.ଏମ ତରୁଲତା ଦିଗାଲ, ସି.ଆର୍.ପି., ଇ.ସି. ସଦସ୍ୟାମାନଙ୍କ ସମେତ ଗାଁର ମହିଳା ପ୍ରତିନିଧିମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *