ପଶ୍ଚିମ ଓଡିଶାର ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ତରଫରୁ ରକ୍ତଦାତା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ନ୍ୟୁ ଅଡିଟୋରିୟମ ହଲ୍ ଠାରେ ସମ୍ମାନିତ କରାଯାଇଥିଲା। ଏହାକୁ ସଂଯୋଜନା କରିଥିଲେ, ରକ୍ତଭଣ୍ଡାର ର କାଉନସିଲର ମଣ୍ଟୁ ପ୍ରଧାନ ।ଏହି ଅବସରରେ ମୁଖ୍ୟଅତିଥି ଭୀମସାର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଭାବଗ୍ରାହୀ ରଥ, ସମ୍ମାନିତ ଅତିଥି ଜିଲ୍ଲା ରେଡକ୍ରସ ସଂପାଦକ ଜୟ ଜର୍ଜ, ମେଡିକାଲ ପ୍ରଫେସର ଡଃ ଲାଲମୋହନ ନାୟକ, ଡାଃ ଚିତ୍ତ ରଞ୍ଜନ ପ୍ରସାଦ, ରକ୍ତ ଭଣ୍ଡାର ର ମୁଖ୍ୟ ଡାଃ ରାଧାମୋହନ ଘଡେଇ ପ୍ରମୁଖ ରକ୍ତଦାନ, ଅନ୍ୟାନ୍ୟ ସମାଜ ସେବା ଭଳି ମହତ କାର୍ଯ୍ୟ କରୁଥିବାରୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ।ଏହି ଅବସରରେ ବରଗଡ଼ ଜିଲ୍ଲା ର ନିଷ୍ଠା ପରିବାର, ସଂକଳ୍ପ ପରିବାର, ଅମୃତ କୁଟୁମ୍ ଭେଡେନ, ଲାୟନ୍ସ କ୍ଲବ ଥୁଆପାଲି, ଶପଥ ପରିବାର ରେମଣ୍ଡା ଓ ବହୁ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପିଆରଓ ଦେବାଶିଷ ମିଶ୍ର ଓ ରକ୍ତ ଭଣ୍ଡାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
Related Posts
ମୋହନା ଅଞ୍ଚଳରେ ଆଡମ୍ବର ସହ ରଥ ଯାତ୍ରା ପାଳିତ ।
ମୋହନା ଅଞ୍ଚଳରେ ଆଡମ୍ବର ସହ ରଥ ଯାତ୍ରା ପାଳିତ । ଆର, ଉଦୟଗିରି(ମନୋଜ କୁମାର ପାଢୀ/୭/୭/ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା, ଚନ୍ଦ୍ରଗିରି ଅଞ୍ଚଳରେ ଆଡମ୍ବର ସହ ରଥ…
ବିଦ୍ୟୁତ୍ ଟ୍ରାନ୍ସଫରମର୍କୁ ଧକ୍କା ଦେଇ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଆହତ, ବ୍ୟବସାୟୀ ମୃତ।
ଗଞ୍ଜାମ:ବିଦ୍ୟୁତ୍ ଟ୍ରାନ୍ସଫରମର୍କୁ ଧକ୍କା ଦେଇ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଆହତ, ବ୍ୟବସାୟୀ ମୃତ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,
ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ଥାନା ଭାବେ ପାଟପୁର ଥାନା ପୁରସ୍କୃତ।
ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ଥାନା ଭାବେ ପାଟପୁର ଥାନା ପୁରସ୍କୃତ। ଗତ ୩ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା…