ଯନ୍ତ୍ରୀ ଙ୍କୁ ଆକ୍ରମଣ ଘଟଣା ରେ ପଦ୍ମପୁର ପୋଲିସ ର ତଦନ୍ତ ନେଇ ସନ୍ଦେହ ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର କାର୍ଯ୍ୟରତ ପଂଚାୟତ ସମିତି ର ସହକାରୀ ଯନ୍ତ୍ରୀ ରଶ୍ମିତା ଶବର ଓ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ନାୟକ ଙ୍କୁ ଠିକାଦାର ପ୍ରଶାନ୍ତ ସାହୁ ଓରଫ ବାବୁଲି ଓ ବ୍ଲକ ଉପାଦକ୍ଷ ରମେଶ ସାହୁ ଗତ 18 ତାରିଖ ରେ ବ୍ଲକ ଅଫିସ କୁ ଆସି ରାସ୍ତା କାମ ର ବିଲ ପାସ ପାଇଁ କହିଥିଲେ ଓ ପୋରବର୍ତ୍ତୀ ମୁହୂର୍ତ ରେ ଯନ୍ତ୍ରୀଙ୍କୁ ଆକ୍ରମଣ କରି ବିଭିନ୍ନ ଅଶ୍ଳୀସ ଭାଷା ରେ ଗାଳି ଗୁଲଜ କରି ଜାତିଗତ ଆକ୍ଷେପ କରିଥିବା ନେଇ ପଦ୍ମପୁର ଥାନା ରେ କେଶ ରାଜୁ ହୋଇଚି ଯାହାର କେଶ ନମ୍ବର 145/24 ତାରିଖ 21.10.2024 ଅଂଡର ସେକ୍ସନ 132/126(2)/296/351(2)(3)/3(5)ବିଏନଏସ /r. w. Sec 3(1)(r)(s)/3(2)(Va)ଅଫ ଏସ ସି ଏସ ଟି ( ପିଓଏ ) ଆକଟ ରେ ମାମଲା ରାଜୁ ହୋଇଛି ବୋଲି ଥାନା ଅଧିକାରୀ ରଶ୍ମିରଂଜନ ମାଝୀ କହିଛନ୍ତି l. ଯନ୍ତ୍ରୀ ଙ୍କୁ ଆକ୍ରମଣ ନେଇ ଜ଼ିଲ୍ଲା ଡିପ୍ଲୋମା ଇଞ୍ଜିନିଅର ସଙ୍ଘ ର ଜରୁରୀ କାଳୀନ ବୈଠକ ରାୟଗଡା ଜ଼ିଲ୍ଲା ପରିଷଦ ସଭାଗୃହ ରେ ଅନୁଷ୍ଠିତ ଘଟଣା ର ତୀବ୍ର ନିନ୍ଦା କରିବା ସହିତ ଉକ୍ତ ଠିକାଦାର ଓ ବ୍ଲକ ଉପାଦକ୍ଷ ଙ୍କ ବିରୋଧ ରେ ଦୃଢ଼ କାର୍ୟନୁଷ୍ଠାନ ନିମନ୍ତେ ସଙ୍ଗ ପକ୍ଷରୁ ଜ଼ିଲ୍ଲା ଏସ ପି ସ୍ଵାତି ଏସ କୁମାର ଓ ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ନିହାର ରଂଜନ କଂହର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l. ଏହି ସମୟରେ ସଙ୍ଘ ର ସଭାପତି ଶିଲା ସୋମେଶ୍ୱର ରାଓ, ସମ୍ପଦକ ଗିରିଜା ଶଙ୍କର ପତି, ଉପଦେଷ୍ଟା ରମାକାନ୍ତ ମହାପାତ୍ର, ଉପ ସଭାପତି ଜୟ ପ୍ରକାଶ ନାରାୟଣ ନାରାୟଣ ଭଟ ରାୟ ଙ୍କ ସମତେ ବହୁ 11 ଗୋଟି ବ୍ଲକ ବହୁ ଯନ୍ତ୍ରୀ ଉପସ୍ଥିତ ରହିଥିଲେ l ଗତ ମଙ୍ଗଳ ବର 29 ତାରିଖ ସାନ୍ଧ୍ୟ ରେ ପଦ୍ମପୁର ର ଏକ ମନ୍ଦିର ଠାରେ ପଦ୍ମପୁର ବ୍ଲକ ଆଦିବାସୀ ସଂଘ ର କର୍ମକର୍ତା ମାନେ ଏକ ସହକାରୀ ଯନ୍ତ୍ରୀ ରଶ୍ମିତା ଶବର ଙ୍କୁ ଜାତିଆଣ ଭାବ ରେ ଗାଳି ଗୁଲଜ କରିଥିବା ରୁ ଏକ ବୈଠକ କରି ଏହି ଘଟଣା ର ତଦନ୍ତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏହି ବୈଠକ ରେ ଆଲୋଚନା ହୋଇଥିବା ର ଜଣାପଡିଛି l ଘଟଣା ଘଟିବା ର 10ବିତି ଯାଇଥିଲେ ମଧ୍ୟ୍ୟ ପୋଲିସ କିଛି କାର୍ୟନୁଷ୍ଠାନ ନେଉନଥିବା ରୁ ପୋଲିସ ର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିବା ଆଲୋଚନା କରିଥିବା ର ଜଣାପଡିଛି l ଇତିମଧ୍ୟରେ 30.10.2024 ରେ ବ୍ଲକ ସହକାରୀ ଯନ୍ତ୍ରୀ ରଶ୍ମିତା ଶବର, କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ନାୟକ ଓ ଆଦିବାସୀ ସଙ୍ଘ ପକ୍ଷରୁ ଆଇନଜୀବୀ ଲିମା, ନାଇରା ର ପୂର୍ବତନ ସରପଞ୍ଚ ସୁବାସ ଶବର ଙ୍କ ନେତୃତ୍ୱ ରେ ଗୁଣୁପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ଆଲୋଚନା କରିଥିଲେ l ଖୁବଶୀଘ୍ର ଘଟଣା ର ସମାଧାନ ହେବା ବୋଲି ଏସ ଡି ପି ଓ ଆଶ୍ୱାସନା ଦେଇଥିବା କଥା ଲିମା ବାବୁ କହିଛନ୍ତି l ସହକାରୀ ଯନ୍ତ୍ରୀ ଏକ ଥାନା ରେ କରିବା ପରେ ଠିକାଦାର ପ୍ରଶାନ୍ତ ସାହୁ ଓ ବ୍ଲକ ଉପାଦକ୍ଷ ରମେଶ ସାହୁ ଯନ୍ତ୍ରୀଙ୍କ ନାମରେ ଓଲଟା କେଶ କରିଛନ୍ତି ଯାହାର କେଶ ନମ୍ବର 146/24 ଓ 147/24 ବୋଲି ଥାନା ଅଧିକାରୀ କହିଛନ୍ତି l ଏକ ଠିକା ର ବିଲ କୁ ନେଇ ଗହଳି ହୋଇଛି ଏହା ସମାଧାନ ହୋଇଯିବ ବୋଲି ଥାନା ଅଧିକାରୀ କହିଛନ୍ତି l ଏସ ସି ଏସ ଟି ଆକ୍ଟ ଲାଗିଥିବାରୁ ଘଟଣା ର ତଦନ୍ତ ଏସ ଡି ପି ଓ କରୁଥିବା ର କହିଛନ୍ତି l ଘଟଣା କଣ ପାଇଁ ଘଟିଲା ତାହାର ପ୍ରତିକ୍ରିୟା ନେବା ନିମନ୍ତେ ଠିକାଦାର ଓ ବ୍ଲକ ଉପାଦକ୍ଷ ଙ୍କୁ ପଚାରିବାରୁ କହିଲେ ଯେ ଆମେ ମଧ୍ୟ୍ୟ ଯନ୍ତ୍ରୀ ଙ୍କ ନାମ ରେ କେଶ ଦେଇଛୁ ବୋଲି. କହିଥିଲେ l ଘଟଣା ଘଟିବାର ପ୍ରାୟ 12 ଦିନ ବିତିଯାଇଥିଲେ ମଧ୍ୟ୍ୟ ପୋଲିସ ଘଟଣା କୁ ଗୁରୁତ୍ୱ ଦେଉନାହିଁ ଏଥିପ୍ରତି ପୋଲିସ ର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଆଦିବାସୀ ସଙ୍ଘ ର କର୍ମକର୍ତା ଆଲୋଚନା କରୁଥିବା ର ଦେଖିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ –
ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ।

ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର
ସ୍ବର୍ଗତ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର ବରଗଡ ୩୦,୧୧(ଭବାନୀ ଶଙ୍କର ପାଢ଼ୀ) ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ ଦ୍ଵାରା ଆୟୋଜିତ…

ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ୫୪ତମ ଶ୍ରାଦ୍ଧବାର୍ଷିକୀ ପଂଚାୟତ ସ୍ତରୀୟ ସମାବେଶ ସଭା ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ତଥା ଭାରତର ର ସ୍ଵାଧୀନତା ସଂଗ୍ରାମୀ, କର୍ମବୀର ତଥା ସମାଜସେବୀ ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ୫୪ତମ ଶ୍ରାଦ୍ଧବାର୍ଷିକୀ…