ଯଦି ଦାବୀ ପୂରଣ ନହେବ ଆସନ୍ତା କାଲିଠୁଁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ହେବ । ହସ୍ପିଟାଲ ରେ ତାଲା ଝୁଲିବ, ସରକାରଙ୍କୁ ଖୋଲା ଚେତାବନୀ ଦେଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ ।

ଯଦି ଦାବୀ ପୂରଣ ନହେବ ଆସନ୍ତା କାଲିଠୁଁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ହେବ । ହସ୍ପିଟାଲ ରେ ତାଲା ଝୁଲିବ, ସରକାରଙ୍କୁ ଖୋଲା ଚେତାବନୀ ଦେଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ ।

ବରଗଡ଼ ୨୬,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ ନର୍ଷିଙ୍ଗ କର୍ମଚାରୀ ୧୦ଦଫା ଦାବି ନେଇ ଗତ ଦୁଇଦିନ ହେଲା ଆନ୍ଦୋଳନ ରେ ବସିଛନ୍ତି, ଜିଲ୍ଲା ପ୍ରଶାସନ କୌଣସି ଆଲୋଚନା କରି ସମାଧାନ କରୁ ନାହିଁ । ଏପଟେ ସିଧା ସଳଖ ଆଜି ରୋଗୀ ସେବା ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି ଅନେକ ରୋଗୀ ,ଦୁର୍ଘଟଣା ହୋଇଥିବା ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚିକିତ୍ସା ନପାଇ ଫେରି ଯାଉଛନ୍ତି । ବିଭାଗୀୟ ଡାକ୍ତର ସମସ୍ତଙ୍କୁ ଭୀମସାର ବୁର୍ଲା ରେଫର କରିବା ପାଇଁ ଅର୍ଡର ଆସିଥିବା କହୁଛନ୍ତି । ଏପଟେ ଚିକିତ୍ସା ନପାଇ ରୋଗୀ ସମ୍ପର୍କୀୟ ଉତ୍ତେଜନା ହେଉଥିବା ଦେଖିବାକୁ ମିଳୁଛି । ଏଡିଏମଓ ମେଡିକାଲ ମୁଁ ତାଙ୍କର ଗୋଡ଼ ଧରି କହି ସାରିଛି କିନ୍ତୁ କେହି ଶୁଣୁ ନାହାନ୍ତି ମୁଁ କଣ କରିବି ଏଭଳି ଉତ୍ତର ରଖୁଛନ୍ତି । ଜିଲ୍ଲାପାଳ, ଜନପ୍ରତିନିଧି ଙ୍କୁ ଅନୁରୋଧ ତୁରନ୍ତ ଏହାର ସ୍ଥାୟୀ ସମାଧାନ ସକାଶେ ଆଗେଇ ଆସନ୍ତୁ । ମେଡିକାଲ ଚିକିତ୍ସା ଭଳିଆ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରୁଥିବା ସତ୍ୱେ ନର୍ଷିଙ୍ଗ କର୍ମଚାରୀଙ୍କ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା କେତେ ଯୁକ୍ତି ଯୁକ୍ତ????? । ଏମାନେ ଗତ ଏକମାସ ପୂର୍ବରୁ ସରକାରଙ୍କୁ ଦାବି ପତ୍ର ଦେଇଥିଲେ ସୁଦ୍ଧା ସରକାର କାହିଁକି ଆଲୋଚନା କରି ସ୍ଥଗିତ ରଖି ପାରିଲେ ନାହିଁ।

Leave a Reply

Your email address will not be published. Required fields are marked *