ମୌଳିକ ସୁବିଧାରୁ ବଂଚିତ କିଞ୍ଜରଡ଼ା ଗ୍ରାମବାସୀ
ଆର ଉଦୟଗିରି(ମନୋଜ କୁମାର ପାଢୀ) : ସ୍ୱାଧିନ ଭାରତର ୭୭ ବର୍ଷ ବିତିଯାଇଛି |ଦେଶ ବୋହୁ କ୍ଷେତ୍ରରେ ଆଗେଇଲାଣି | ପ୍ରତି ପଞ୍ଚାୟତ ସ୍ତରରେ ବିକାଶର ଡିଣ୍ଡିମ ବାଜିଲାଣି ଓ ଦେଶ ୨୦୫୦ ର ସ୍ୱପ୍ନ ଦେଖାଇଲାଣି |ହେଲେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବୃଷଭ ଗ୍ରାମ ପଞ୍ଚାୟତ କିଞ୍ଜରଡ଼ା ଗ୍ରାମବାସୀଙ୍କୁ ସରକାର ସତେ ଯେମିତି ଭୁଲି ଯାଇଛନ୍ତି | ଏହି ଗ୍ରାମରେ ମୋଟ କୋଡ଼ିଏ ପରିବାର ର ପ୍ରାୟ ଏକଶତ ଜନସଂଖ୍ୟା ବିଶିଷ୍ଟ ବସବାସ କରନ୍ତି ।ଘଞ୍ଚ ଜଙ୍ଗଲଭରା ପାହାଡ଼ର ଶିଖରରେ ଥିବା କିଞ୍ଜରଡ଼ା ଗାଁକୁ ଯିବାକୁ ନା ଅଛି ଭଲ ରାସ୍ତା ନା ଗାଁରେ ଅଛି ବିଦ୍ୟୁତ୍ ସଂଯୋଗ ନା ଗାଁରେ ମିଳୁଛି ପିଇବା ପାଣି। ଗାଁକୁ ଯିବାକୁ ହେଲେ ଏକ ଛୋଟ ନାଳ ଦେଇ ଦୀର୍ଘ ୫କିମି ମାଟି ଆବଡ ଖାବଡ ରାସ୍ତାରେ ଯିବାକୁ ହୁଏ | ଏଠାରେ ସରକାରଙ୍କ ସବୁ ଯୋଜନା ଫେଲ ମାରିଛି ସତେ ଯେମିତି ମୌଳିକ ସୁବିଧା ଏମାନଙ୍କ ପାଇଁ ସ୍ବପ୍ନ ପରି ମନେ ହେଉଛି। ଗ୍ରାମରେ ବିଜୁଳି ନଥିବାରୁ ହିଂସ୍ର ଜୀବଜନ୍ତୁଙ୍କ ଭୟରେ ଗାଆଁର ସମସ୍ତ ଘରେ ସନ୍ଧ୍ୟା ୫ ଘଣ୍ଟା ହେଲେ ତାଟି କବାଟ ପଡ଼ିଯାଏ। ଗାଆଁ ରେ ବିଦ୍ୟାଳୟ ନଥିବାରୁ ପିଲାମାନେ ପାଠ ପଢିବା ପାଇଁ ସବୁଦିନ ଯାଇପାରନ୍ତି ନାହିଁ। ଅନେକ ପିଲାମାନେ ଅଧାରୁ ପାଠ ଛାଡ଼ୁଥିବା ଜଣାଇଛନ୍ତି | ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କୁ ମେଡ଼ିକାଲ ନେବାକୁ ହେଲେ ଖଟିଆ ହିଁ ଭରସା। ଭଲ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଗାଡ଼ି ଆସିପାରୁନାହିଁ। ପାନୀୟ ଜଳ କଥା ନ କହିବା ଭଲ କେବଳ ପାହାଡ଼ର ଚୁଆ ପାଣିହିଁ ଭାରସା | ବାର୍ଦ୍ଧକ୍ୟ , ବିକଳାଙ୍ଗ ଭତ୍ତା ଓ ରାସନ ଚାଉଳ ଗ୍ରାମ ପଞ୍ଚାୟତ କୁ ଯାଇ ଆଣିବା ଏମାନଙ୍କ ପାଇଁ କାଠିକର ପାଠ | ବ୍ଲକରୁ ଆରମ୍ଭ କରି ଜିଲାର ସମସ୍ତ ପ୍ରଶାସନ ଅଧିକାରି ମାନଙ୍କୁ ଗୁହାରି କରି କରି ନୟାନ୍ତ ହେଲେଣି ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ୱାର୍ଡ ମେମ୍ବର ଗନେର ରଇତ,ୱାର୍ଡ ମେମ୍ବର ପ୍ରଫୁଲ୍ଲ ରଇତ, ପୂର୍ବତନ ସରପଞ୍ଚ ସାଇମନ୍ ଗମାଙ୍ଗ, ଓବଦୀୟ ରଇତ, ଆଶିଷ ରଇତ, ଦବୋରା ରଇତ, ବଛେବା ରଇତ ପ୍ରମୂଖ ଦାବି କରିଛନ୍ତି।