ମୋହନା ହାଇସ୍କୁଲ ଛକ ରେ ଗୋଟିଏ ସପ୍ତାହ ହେଲା ଅଚଳ ହାଇମାକ୍ସ ଲାଇଟ ମୋହନା ହାଇସ୍କୁଲ ଛକ ରେ ଗୋଟିଏ ସପ୍ତାହ ହେଲା ଅଚଳ
ଆର,ଉଦୟଗିରି, (ମନୋଜ କୁମାର ପାଢୀ:ଗଜପତି ଜିଲ୍ଲା ମୋହନା ଜାତୀୟ ରାଜପଥ ୩୨୬ ଦେଇ ପ୍ରତେକ ଦୀନ ଶହ ଶହ ଯାନବାହାନ ଯାତାୟତ କରନ୍ତି l ମୋହନା ହାଇସ୍କୁଲ ଛକ ବଜାର ଟି ବ୍ୟବସାୟୀ ଙ୍କ ପେଣ୍ଠ ସ୍ଥଳୀ ଥିବା ବେଳେ ସନ୍ଧ୍ୟା ସମୟ ରେ ଭିଡ଼ ଜମିଥାଏ l ଏହି ସ୍ଥାନ ରେ ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଦ୍ୱାରା ହାଇମାକ୍ସ ଲାଇଟ ର ବ୍ୟବସ୍ଥା କରାଯଇଥିଲା l କିଛି ମାସ ଭଲ ରେ ଆଲୋକ ବ୍ୟବସ୍ଥା ଚାଲିଥିଲା କିନ୍ତୁ ଗତ ଏକ ସପ୍ତାହ ହେଲା ଲାଇଟ ଅଚଳ ହେlଇ ଅନ୍ଧାର ହେlଇଛି ହାଇସ୍କୁଲ ଛକ l ଯାହାକୁ ନେଇ ଗଣେଷ ବଣିକ ସଂଘ ପଂଚାୟତ କୁ ଯାଇ ଅଭିଯୋଗ କରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସମଧାନ ହୋଇନାହିଁ l ତେଣୁ ତୁରନ୍ତ ଏହି ଲାଇଟ୍ ମରାମତି କରିବାକୁ ଦାବି କରିଛି ବଣିକ ସଂଘ ।