ମୋହନା – ହଙ୍ଗାମା କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ କର୍ଚ୍ଚବlଡି ଚlମ୍ପିୟନ ।ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୨୦/୬ ):ଗଜପତି ଜିଲ୍ଲା ମୋହନା ମିନି ଷ୍ଟାଡିୟମରେ ଚାଲିଥିବା ୬ ଓଭର ବିଶିଷ୍ଟ ହଙ୍ଗାମା କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ ହୋଇଯାଇଛି l ଗତ ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣlମେଣ୍ଟ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୬ ଟି କ୍ରିକେଟ ଟିମ୍ ଅଂଶଗ୍ରହଣ କରିଥିଲେ l ବୁଧବାର କର୍ଚ୍ଚବlଡି ଓ ପଲ୍ଲୀ ଗଜପତି କ୍ରିକେଟ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ହୋଇଥିଲା l ଫାଇନାଲ ମ୍ୟାଚ୍ ଟି ୩ ଗେମ୍ ବିଶିଷ୍ଟ ହୋଇଥିବା ବେଳେ କର୍ଚ୍ଚବlଡି ଟିମ୍ ଲଗାତାର ୨ ଟି ଗେମ୍ ଜିତି ଚlମ୍ପିୟନ ହୋଇଛି l ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଫାଷ୍ଟ ମନି ବ୍ୟାଙ୍କ ମ୍ୟାନେଜର ଅନସଲାମ ନାୟକ, ସାମ୍ବାଦିକ ତଥା ପୂର୍ବତନ କ୍ରିକେଟ ଖେଳାଳି ବାବୁଲା ସେଠୀ, ମୋହନା ସାମ୍ବାଦିକ ସଂଘ ସଭାପତି ପଞ୍ଚାନନ ଦାସ ଓ ସାମ୍ବାଦିକ ଅଂଶୁମାନ ପଣ୍ଡା ଯୋଗଦେଇ କ୍ରିକେଟ ଏକ ଶୃଙ୍ଖଳିତ ଖେଳ, ତେଣୁ ଖେଳାଳିମାନେ ଶୃଙ୍ଖଳା ରକ୍ଷା କରି ଖେଳିବାକୁ ପରାମର୍ଶ ଦେଇଥିଲେ l ଫାଇନାଲ ମ୍ୟାଚରେ ଚlମ୍ପିୟନ କର୍ଚ୍ଚବlଡି ଟିମ୍ କୁ ଟ୍ରଫି ସହ ୧୫ ହଜାର ଟଙ୍କା ଓ ରନର ଅପ୍ ପଲୀ ଗଜପତି ଟିମ୍ କୁ ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି l ଏହି ଟୁର୍ଣ୍ଣlମେଣ୍ଟ କୁ ମୋହନା କ୍ରିକେଟ ଟିମ୍ର କୁନା ବିଷୋୟୀ, କେଦାର ଗୌଡ, ଲୁନା, ନିଲୁ, ସରୋଜ ସିତୁ, ରୋନି ଓ ରୋହିତ ପ୍ରମୁଖ ପରିଚାଳନା କରିଥିଲେ l
Related Posts

ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ବରଗଡ଼:-୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ନଂ ମୁଖ୍ୟ…
ନିର୍ବାଚନ ରାଲିରେ ସାମିଲ ହୋଇ ଶିକ୍ଷୟିତ୍ରୀ ନିଲମ୍ବିତ
ବୌଦ୍ଧ ଜିଲ୍ଲା ଦହ୍ୟା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକଙ୍କୁ ନିଲମ୍ବନ କଲେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ। ଦୁଇ ଦିନ…

ଶ୍ରେଷ୍ଠ ଓଡ଼ିଆ ସିନେମା ଜଗତର ‘ଦମନ’କୁ ମିଳିଛି ଏହି ଜାତୀୟ ପୁରସ୍କାର।
‘ଦମନ’କୁ ମିଳିଛି ଜାତୀୟ ପୁରସ୍କାର। ଶ୍ରେଷ୍ଠ ଓଡ଼ିଆ ସିନେମା ଭାନେ ‘ଦମନ’କୁ ମିଳିଛି ଏହି ଜାତୀୟ ପୁରସ୍କାର। ଏହି ଘୋଷଣା ପରେ ପୂରା ‘ଦମନ’ ଟିମ୍ ଉତ୍ସାହିତ…