ମୋହନା ଶିଶୁ ବିକାଶ ପକ୍ଷରୁ ପୋଷଣ ମାହ ବୈଠକ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ମୋହନା ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୋଷଣ ମାହ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ବିକାଶ ବିଭାଗ ଯେଉଁ କାର୍ଯ୍ୟକ୍ରମ କରୁଛି ତାହା ଆଗାମୀ ଭବିଷ୍ୟତ ସହ ଶିଶୁ ଏବଂ ମହିଳା ମାନଙ୍କ ଶାରୀରିକ ଅଭିବୃଦ୍ଧି ସହ ଶିଶୁ ଓ ମାଁ ମାନଙ୍କ ମୃତ୍ୟୁ ହାର କମିବା ସହ ଅପପୃଷ୍ଟି ରୋକିବାରେ ସହାୟକ ହେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ପ୍ରକାଶ କରିବା ସହ ଅଙ୍ଗନୱାଡ଼ି କର୍ମୀ ଏବଂ ଅଧିକାରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ଉପଦେଶ ଦେଇଥିଲେ। ଏହି ବୈଠକରେ ବିଡିଓ ରାଜୀବ ଦାସ, ଜିଲ୍ଲା ଶିଶୁ ବିକାଶ ବିଭାଗ ଅଧିକାରୀ, ସିଡ଼ିପିଓ ସବିତା ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ସ୍ଵେଚ୍ଛାସେବୀ ସଂସ୍ଥା, ବ୍ଲକ ଉପାଧ୍ୟକ୍ଷା ବାଲ୍ମିନା ଅଧିକାରୀ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ପୋଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Related Posts
ରେଶମ ଠାରେ ଭେଡେନ ଥାନା ପକ୍ଷରୁ “ଆମ ପୋଲିସ ସମିତି”ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ରେଶମ ଠାରେ ଭେଡେନ ଥାନା ପକ୍ଷରୁ “ଆମ ପୋଲିସ ସମିତି”ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବରଗଡ – ୨୦,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା…
୩ରୁ୪ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ
୩ରୁ୪ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ ଭୁବନେଶ୍ୱର: (ଅଭିଶିକ ମହାନ୍ତି)ଆସନ୍ତା ୩ରୁ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ…
ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୪ ପ୍ରଚାର ରଥର ଶୁଭାରମ୍ଭ
ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୪ ପ୍ରଚାର ରଥର ଶୁଭାରମ୍ଭ ଗଜପତି (୪/୭/୨୦୨୪/:ଗଜପତି ଜିଲ୍ଲା ବ୍ୟାପୀ ଦୀର୍ଘ ୨ ମାସ ଧରି ଜିଲ୍ଲାବ୍ୟାପୀ ସମନ୍ୱିତ ସ୍ୱାସ୍ଥ୍ୟ…