ମୋହନା ରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୫/୭ ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ଠାରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ ହୋଇଛି। ମୋହନା ଗ୍ରାମ ମୁଖିଆ ତଥା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଙ୍କ ସମେତ ଗ୍ରାମବାସୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମାଁ ମନ୍ଦିରରୁ ଆଳତି ସାରି ବିଧି ଅନୁସାରେ ପହଣ୍ଡି ବିଜେ କରି ମହାପ୍ରଭୁଙ୍କୁ ରଥାରୂଢ଼ କରିଥିଲେ। ରଥଟଣା ପରେ ଅଧ ରାସ୍ତାରେ ଜଗନ୍ନାଥ ଙ୍କୁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଅଧର ପଣା ଭୋଗ ପ୍ରଦାନ କରିଥିଲେ। ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ରାସ୍ତାର ମଝିରେ ରଖିଥିଲେ। ବାହୁଡା଼ ଯାତ୍ରା ଅବସରରେ ଭକ୍ତ ମାନଙ୍କ ଉପଭୋଗ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ନାଟକ ପରିବେଷଣ କରିବା ସ୍ଥିର ହୋଇଛି। ବାହୁଡା଼ ଯାତ୍ରା ନିମନ୍ତେ ମୋହନା ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ମାନଙ୍କୁ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
Related Posts
ଓଲଟିଲା ତୀର୍ଥଯାତ୍ରୀ ବସ୍ | ୧୫ ଆହତ |
ପଦ୍ମପୁର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ସୁଲିଆ ଛକ ନିକଟରେ ରାସ୍ତାକଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଓଲଟିଲା…
ବଜ୍ରାଘାତ ରେ ତହସିଲ ମାଝୀ ଙ୍କ ମୃତ୍ୟୁ,
ଖଡ଼ିଆଳ ବ୍ଲକ କିରକିଟା ଗ୍ରାମରେ ଆଜି ବଜ୍ରାଘାତ ରେ ତହସିଲ ମାଝୀ ଙ୍କ ମୃତ୍ୟୁ, ସିଙ୍ଗଲ ମାଝୀଗୁରୁତର ଆହତ ନୂଆପଡା :୦୭.୦୬( ଓମ୍ ପ୍ରକାଶ ଚୌଧୁରୀ). ନୂଆପଡ଼ା…
ଜୁନ୍ ୨୬ରେ ଘୂର୍ଣ୍ଣିବଳୟ
ଜୁନ୍ ୨୬ରେ ଘୂର୍ଣ୍ଣିବଳୟ ଭୁବନେଶ୍ୱର: ଜୁନ୍ ୨୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ।ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ୨୬ ତାରିଖରୁ ବଢ଼ିବ ବର୍ଷା ଓ ୨୭ରେ ସୃଷ୍ଟି…