ମୋହନା ମହୋତ୍ସବକୁ ନେଇ ବିଡ଼ିଓ ରାଜୀବ ଦାସ ଙ୍କ ବୈଠକ l ଆର,ଉଦୟଗିରି :6/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ରେ ଥିବା ସଭା ଗୃହରେ ମୋହନା ମହୋତ୍ସବ କୁ ମୋହନା ବିଡ଼ିଓ ରାଜୀବ ଦାସ ଅଧ୍ୟକ୍ଷତା ରେ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୧୨ ଓ ୧୩ ତାରିଖ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କିଭଳି ସଫଳ ହେବ ତାହା ଆଲୋଚନା କରାଯାଇଥିଲା। ବ୍ଲକ୍ ରେ ୩୯ ଗୋଟି ଗ୍ରାମ ପଞ୍ଚାୟତ ରୁ କିଭଳି ଭାବେ ଲୁଚି ରହିଥିବା ପ୍ରତିଭା କୁ ଉନ୍ମଚନ କରାଯିବ ବିଡ଼ିଓ ରାଜୀବ ଦାସ ସମସ୍ତ ସରପଞ୍ଚ ଙ୍କୁ କହିଥିଲେ। ତାହା ସହ ଉତ୍ସବ ରେ ଶାନ୍ତି ଶୃଙ୍ଖଳା ସହ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ୍ , ମେଡିକାଲ୍ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ଙ୍କ ସହ ଆଲୋଚନା କରାଯାଇଥିଲା।
Related Posts

ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ଧୂମଧାମ ରେ ପାଳିତ
ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ଧୂମଧାମ ରେ ପାଳିତ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟରେ ରାଜ୍ୟ ସରକାରଙ୍କ…

ଜୁଲାଇ ୮ ରେ ବନ୍ଦ ରହିବ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ
ଜୁଲାଇ ୮ ରେ ବନ୍ଦ ରହିବ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ବନ୍ଦ ରହିବ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ।ଚଳିତବର୍ଷ…

ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭେଡେନ ବ୍ଲକ ସ୍ତରୀୟ ରେଡ଼କ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭେଡେନ ବ୍ଲକ ସ୍ତରୀୟ ରେଡ଼କ୍ରସ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ – ୨୦,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା…