ମୋହନା ବ୍ଲକ ରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭାରତ ସ୍ବାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଆମ୍ବୃତ୍ ମହୋତ୍ସବ ପାଳନ ଅବସରରେ ଚଳିତ ମାସ ୧୩ ତାରିଖ ଠାରୁ ୧୫ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଦୁହେଁ ମୋହନା ବ୍ଲକ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଏବଂ ସ୍ଥାନୀୟ ଭିନ୍ନକ୍ଷମ ଲୋକଙ୍କ ଉପସ୍ଥିତିରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ଗୋଷ୍ଟି, ଅଙ୍ଗନବାଡ଼ି କର୍ମୀ, ଜନ ପ୍ରତିନିଧିଙ୍କ ମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଘରେ ଘରେ ଜାତୀୟ ପତାକା ବଣ୍ଟନ କରିବେ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କରିଛନ୍ତି। ମୋହନା ବ୍ଲକର ୩୯ ପଞ୍ଚାୟତରେ ବାସ କରୁଥିବା ସମସ୍ତ ଘରେ ମାଗଣା ରେ ଜାତୀୟ ପତାକା ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ଗୋଷ୍ଟି ଉନ୍ନୟନ ଅଧିକାରୀ।
Related Posts

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ମିଳିଲା ଆଶ୍ୱସ୍ତି।
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କୁ ମିଳିଲା ଆଶ୍ୱସ୍ତି। ଗଞ୍ଜାମ:ପୁର୍ବତନ ମନ୍ତ୍ରୀ ତଥା ର୍ବମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଙ୍କ ନାମରେ ଗତ ଦୁଇ…

କୋଶଳଶ୍ରୀ_ସମ୍ମାନରେ_ସମ୍ବର୍ଦ୍ଧିତ_ହେଲା_ନିଷ୍ଠା_ପରିବାର
କୋଶଳଶ୍ରୀ_ସମ୍ମାନରେ_ସମ୍ବର୍ଦ୍ଧିତ_ହେଲା_ନିଷ୍ଠା_ପରିବାର ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ରେଙ୍ଗାଲି କେମ୍ପ୍ ଡିଭାଇନ ଗାର୍ଡେନ ଠାରେ ଫଟୋ ଗ୍ରାଫର ଆସୋସିଏସନ୍(PAA),ଅତାବିରା ତରଫ ରୁ ୧୬ତମ ବାର୍ଷିକୋତ୍ସବ ଓ “ନୁଆଁଖାଇ” ଭେଟଘାଟ୍…

ଜିଲ୍ଲା ସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ତମ ଜୟନ୍ତୀ ଉତ୍ସବ ପାଳିତ
ଜିଲ୍ଲା ସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୩ତମ ଜୟନ୍ତୀ ଉତ୍ସବ ପାଳିତ ଆର,ଉଦୟଗିରି(ମନୋଜ କୁମାର ପାଢୀ୨୬/୪/ପାରଳାଖେମୁଣ୍ଡି,ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା,…