ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ।
ଆର,ଉଦୟଗିରି ,୨୮/୯ (ମନୋଜ କୁମାର ପାଢୀ): ମୋହନା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ ଏବଂ ଲଳିତ ମୋହନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦାନ କରିଥିଲେ । ଏଥିପାଇଁ ବିଦ୍ୟାଳୟ ପରିସରରୁ ସମସ୍ତ ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଚନ୍ଦ୍ରଗିରି ଗ୍ରାମ ପରିକ୍ରମା କରିଥିଲା । ଏଥିରେ କ୍ରୀଡା ଶିକ୍ଷକ ଛଇଳ ସେଠୀ , ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ମାଳି, ବିଜ୍ଞାନ ଶିକ୍ଷୟିତ୍ରୀ ବନିତା ବେହେରା ଏବଂ ଶୁଭଶ୍ରୀ ପଣ୍ଡା, ସସ୍ମିତା ଦାସ, କମଳୁନୀ ଦେବୀ, ଡି. ରିଙ୍କୁରାଓ ପ୍ରଭୃତି ସଚେତନତା ରାଲିର ନେତୃତ୍ଵ ନେଇଥିଲେ । ଛାତ୍ରୀ ମାନେ ହାତରେ ପ୍ଲା କାର୍ଡ ଏବଂ ବ୍ଯାନର ଧରି ସ୍ୱଚ୍ଛ ପରିବେଶ ସମ୍ପର୍କରେ ବିଭିନ୍ନ ସ୍ଲୋଗାନମାନ ପ୍ରଦାନ କରିଥିଲେ । ଗ୍ରାମ୍ୟ ପୋଖରୀ ପରିଷ୍କାର,ରାସ୍ତା ଘାଟରେ ଅଳିଆ ଆବର୍ଜ୍ଜନା ନ ପକାଇବା,ନିୟମିତ ରାସ୍ତା ଘାଟ ସଫେଇ, ଡାକ୍ତରଖାନା ସଫା ରଖିବା, ନିଜ ବାସ ଗୃହ ଚାରିପଟ ସଫା ସୁତରା ରଖିବା ଏବଂ ସବୁଜିମା ପରିବେଶ ସୃଷ୍ଟି ପାଇଁ ବୃକ୍ଷ ରୋପଣ କରିବା ପାଇଁ ଗ୍ରାମବାସୀ ମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ । ବିଦ୍ୟାଳୟର ଫାଟକ ଏବଂ ରାସ୍ତା ଛାତ୍ରୀ ତଥା କର୍ମଚାରୀମାନେ ସଫେଇ କରି “ସ୍ବଚ୍ଛତା ହିଁ ସେବା” ର ବାର୍ତ୍ତା ବଣ୍ଟନ କରିଥିଲେ ।