ମୋହନା ବ୍ଲକରେ ବାତ୍ୟା “ଦାନା”ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ .. ଆର,ଉଦୟଗିରି (ମନୋଜ କୁମାର ପାଢୀ / ୨୩/୧୦/୨୪ ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ। ଏଠାରେ ଯେବେ ବି ପୂର୍ବରୁ କୌଣସି ପାକୃତିକ ବିପର୍ଯୟ ଆସେ ତାହାର ପ୍ରଭାବ ଏହି ଅଞ୍ଚଳରେ ଅନୁଭୂତ ହୁଏ। ତାହାକୁ ଦୃଷ୍ଟିରେ ରଖି ପାଣି ପାଗ ସୂଚନା ଅନୁଯାଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ଆଜି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଡକାଇ ଏକ ପ୍ରସ୍ତୁତି ବୈଠକ କରି କିପରି ବିଭାଗ ଗୁଡ଼ିକ ବାତ୍ୟା ଦାନା ର ମୁକାବିଲା କରିବେ ଆଲୋଚନା କରିଥିଲେ। ଏହି ବୈଠକରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପଞ୍ଚାୟତ ନିର୍ବାଚନ ଅଧିକାରୀ, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସରପଞ୍ଚ, ଶିଶୁ ବିକାଶ ବିଭାଗ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଡକାଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ। ମୋହନା ଅଞ୍ଚଳ ରେ ବହୁ ଲୋକ ପାହାଡ ତଳେ ଘର କରି ରହୁଥିବା ନଜର କୁ ଆସିଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ବିଡିଓ ଗୁରୁତ୍ଵ ଦେଇଥିଲେ। ଆଜି ଠାରୁ ସମସ୍ତ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କୁ ନିଜ ନିଜ ପଞ୍ଚାୟତରେ ରହି ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି।
Related Posts

ରାଜ୍ୟ ସ୍ତରୀୟ ପରବ 2024 ଦୁଧାରୀ ଠାରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ସେମିଳିଗୁଡା: 27/10/24 କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରୀ ପଞ୍ଚାୟତ ସଦର ମହକୁମାର ମା…

ରାୟଗଡା ରାସ୍ତା ଓ କୋଠାବାଡି ଡିଭିଜନ କୁ ଭିଜ଼ୀଲାନ୍ସ ତଦନ୍ତ ଦାବୀ
ରାୟଗଡା ରାସ୍ତା ଓ କୋଠାବାଡି ଡିଭିଜନ କୁ ଭିଜ଼ୀଲାନ୍ସ ତଦନ୍ତ ଦାବୀ ରାୟଗଡା : ଗତ ୨୦୨୩ ,୨୦୨୪ ଓ ୨୦୨୫ ରାସ୍ତା ଓ କୋଠାବାଡି ନିର୍ମାଣ…

ରାୟଗଡା ରେ ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର ଆହତ।
ରାୟଗଡା ରେ ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର ଆହତ। ରାୟଗଡା ରେ ଟାଙ୍କି ଫାଟି ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ…