ମୋହନା ବନାଞ୍ଚଳରେ କାଠ ମାଫିଆଙ୍କ ପାଦୁର୍ଭାବ l

ମୋହନା ବନାଞ୍ଚଳରେ କାଠ ମାଫିଆଙ୍କ ପାଦୁର୍ଭାବ l

ଆର,ଉଦୟଗିରି(ମନୋଜ କୁମାର ପାଢୀ) – ସରକାର ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ ବନବିଭାଗ ଦ୍ୱାରା ବୃକ୍ଷରୋପଣ, ଗଛର ରଖଣାବେକ୍ଷଣ କରିଥାନ୍ତି, କିନ୍ତୁ ମୋହନା ବନବିଭାଗର ଖାମଖିଆଲ ନୀତି ଯୋଗୁଁ ଦିନ ଦୁଇପ୍ରହରରେ ଖୁଲମଖୁଲା ମୋହନା ବନାଞ୍ଚଳ ଅଂଚଳରେ କିଛି କାଠ ମାଫିଆ ମୂଲ୍ୟବାନ ଗଛକୁ କାଟିଦେଉଛନ୍ତି, ଓ କାଠକୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି, ତେବେ ଏଠି ପ୍ରଶ୍ନ ଉଠୁଛି ବନବିଭାଗ କରୁଛି କଣ? ଯଦି ବନବିଭାଗ ବନାଞ୍ଚଳର ତଦାରଖ ସଠିକ ଭାବେ ନକରେ ତେବେ ଆଗାମୀଦିନରେ ଜଙ୍ଗଲ ସଫା ହେଇଯିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *