ମୋହନା ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବାକୁ ଲୋକ ପ୍ରତିନିଧି ଙ୍କ ଦାବୀ । ଆର,ଉଦୟଗିରି(ମନୋଜ କୁମାର ପାଢୀ/୫/୧୦/୨୦୨୪ ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ। ଏହି ବ୍ଲକ କୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଞ୍ଚଳ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଲାଭ ଠିକ୍ ସମୟରେ ଲୋକଙ୍କ ନିକଟରେ ପହଞ୍ଚୁ ନାହିଁ ବୋଲି ଆଜି ସମିତି ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ଏକତ୍ରିତ ଭାବେ ସ୍ୱର ଉତ୍ତୋଳନ କରିଥିଲେ। ଆଜିର ବୈଠକ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଲୋକସଭା ସାଂସଦ ତଥା ପୂର୍ବତନ ଓଡ଼ିଶା ର ମନ୍ତ୍ରୀ ନିର୍ବାଚିତ ପରେ ପ୍ରଥମ ଥର ମୋହନା ବ୍ଲକ ଗସ୍ତରେ ଆସି ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସେହିପରି ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଅନ୍ୟତମ ଅତିଥି ଭାବେ ସମିତି ବୈଠକରେ ଉପସ୍ଥିତ ରହି ଉପସ୍ଥିତ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରିଥିଲେ। ବିଧାୟକ ଦାଶରଥି ଗମାଙ୍ଗ ନିଜ ବକ୍ତବ୍ୟରେ ମୋହନା ଅଞ୍ଚଳର ଉନ୍ନତି ନିମନ୍ତେ ରାଜନୀତି ଉର୍ଦ୍ଧରେ ରହି ସମସ୍ତେ ଏକ ହୋଇ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ବିଧାୟକ ମୋହନା ଅଞ୍ଚଳରେ ଗମନା ଗମନ ପାଇଁ ବସ ର ସୁବିଧା ସହ ରେଳ ଲାଇନ୍ କାର୍ଯ୍ୟ ନିମନ୍ତେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ବୈଠକରେ ଉପସ୍ଥିତ ରହି ପ୍ରତିନିଧି ଙ୍କ ସହ ଆଲୋଚନା କରି ସମସ୍ତ ଅଭିଯୋଗ ଗୁଡିକର ଲିପିବଦ୍ଧ କରି ସମସ୍ତ ଅଭିଯୋଗର ସମାଧାନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ବିଦ୍ୟୁତ୍, ଖାଉଟି, ଆବାସ, ଦାଦନ ଶ୍ରମିକ ସମସ୍ୟା ପ୍ରତି ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ନିମନ୍ତେ ଅଧିକାରୀ ମାନଙ୍କୁ କହିଥିଲେ। ଆଗାମୀ ସମିତି ବୈଠକ ପୂର୍ବରୁ ଯେପରି ସମସ୍ତ ସମସ୍ୟା ଗୁଡ଼ିକ ସମାଧାନ ହୋଇଥିବ ବୋଲି ପ୍ରକାଶ କରିଛନ୍ତି। ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ବାଲ୍ମିନା ଅଧିକାରୀ, ବିଡିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୁନ୍ତଳା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପୂର୍ବ ବୈଠକର ବିବରଣୀ ପଠନ କରି ଦୃଢ଼ି କରଣ ପ୍ରସ୍ତାବ ଗୁଡ଼ିକ କରିଥିବା ବେଳେ ବିଡିଓ ରାଜୀବ ଦାସ ସ୍ବାଗତ କରିବା ସହ ବ୍ଲକ ଦ୍ଵାରା ହେଉଥିବା କାର୍ଯ୍ୟ ଗୁଡ଼ିକ ର ବିବରଣୀ ପ୍ରଦାନ କରିଥିଲେ। ଏହି ବୈଠକରେ ବିଶେଷ କରି ପାନୀୟ ଜଳ ସମସ୍ୟା, ଦୁର୍ଗମ ଅଞ୍ଚଳ କୁ ଯିବା ଆସିବା ପାଇଁ ସଠିକ ରାସ୍ତା ନିର୍ମାଣ ନିମନ୍ତେ ଦାବୀ କରିଥିଲେ ସ୍ଥାନୀୟ ପ୍ରତିନିଧି ମାନେ।
Related Posts
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ ରାୟଗଡ଼ା ତା – ୦୬.୧୨.୨୦୨୪ ତାରିଖ ସକାଳ ୯.୦୦ ଘଣ୍ଟା…
ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶ୍ଵ ଜନସଂଖ୍ୟା ଦିବସ-୨୦୨୪ ପାଳନ ଅବସରରେ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ୧୧-୨୪-ଜୁଲାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି – ୧୨/୭/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା…
ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ..
ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ .. ଗଜପତି -୧୧/୭/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଜଳ ବିଭାଜିକା…