ମୋହନା ତହସିଲଦାରଙ୍କ ବଦଳି ଦାବିରେ ବିରାଟ ଆଦିବାସୀ ଶୋଭାଯାତ୍ରା

ମୋହନା ତହସିଲଦାରଙ୍କ ବଦଳି ଦାବିରେ ବିରାଟ ଆଦିବାସୀ ଶୋଭାଯାତ୍ରା

ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ମୋହନା ତହସିଲଦାରଙ୍କ ବଦଳି ଦାବିରେ ଆଦିବାସୀମାନେ ବିଭିନ୍ନ ନାରାବାଜି ଦେଇ ଶୋଭାଯାତ୍ରା କରିବା ସହ ମୋହନା ତହସିଲ ଅଫିସକୁ ଘେରାଉ କରିଥିବା ସୂଚନା ମିଳିଛି. ମୋହନା ତହସିଲଦାରଙ୍କ ବିରୋଧରେ ସେଠାକାର ହାଇସ୍କୁଲ୍ ପଡ଼ିଆରେ ଶହଶହ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ପରେ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରା ବାହାର କରି ମୋହନା ସହରର ମୂଖ୍ୟ ବଜାର ଦେଇ ତହସିଲଦାରଙ୍କ ବିଭିନ୍ନ ନାରାବାଜି କରି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ପାଖାପାଖି ୩ ଘଣ୍ଟା ତହସିଲ୍ କାର୍ଯ୍ୟାଳୟ ସାମ୍ନାରେ ତହସିଲଦାର ସତ୍ୟବାନ୍ ନାୟକଙ୍କ ବିରୋଧରେ ନାରାବାଜି କରିଥଲେ। ସେମାନଙ୍କ ମୂଖ୍ୟ ଅଭିଯୋଗ ଥିଲା ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଚୌହଦ ନିର୍ମାଣ,୩୪ ଇ କେସ,୧୯ ସି କେସ, ଘରବାରି ପଟ୍ଟା, ପଟ୍ଟା ସଂଶୋଧନ, ଜଙ୍ଗଲ ଜମି ପଟ୍ଟା, ଘୋଷଣା ନାମା ଓ ସାମଗ୍ରିକ ଘୋଷଣା ନିମନ୍ତେ ଜମି ଚିହ୍ନଟ କରଣ ପାଇଁ ମୁଖ୍ୟ ଦାବୀ ରହିଥିଲା। ଏହି କାର୍ଯ୍ୟକ୍ରମରେ ଦଳିତ ଆଦିବାସି ଆଞ୍ଚଳିକ ବିକାଶ ପରିଷଦ, ନବ ନିର୍ମାଣ ସଂଘର୍ଷ ସମିତି ଓ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ଜନ ଜାଗରଣ ସଂଘର୍ଷ ସମିତି ର ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିରୋଧ କରିଥିଲେ। ପାଖା ପାଖି ୩ ଘଣ୍ଟା ପରେ ମୋହନା ବିଡ଼ିଓ ଲୋକଙ୍କୁ ବୁଝା ଶୁଝା କରିଥିଲେ ଓ ସେମାନଙ୍କ ଦାବୀ ଗୁଡ଼ିକ ରଖିଥିଲେ ଓ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଓହରିଥିଲେ।

ତ୍ରା ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ମୋହନା ତହସିଲଦାରଙ୍କ ବଦଳି ଦାବିରେ ଆଦିବାସୀମାନେ ବିଭିନ୍ନ ନାରାବାଜି ଦେଇ ଶୋଭାଯାତ୍ରା କରିବା ସହ ମୋହନା ତହସିଲ ଅଫିସକୁ ଘେରାଉ କରିଥିବା ସୂଚନା ମିଳିଛି. ମୋହନା ତହସିଲଦାରଙ୍କ ବିରୋଧରେ ସେଠାକାର ହାଇସ୍କୁଲ୍ ପଡ଼ିଆରେ ଶହଶହ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ପରେ ହାଇସ୍କୁଲ୍ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରା ବାହାର କରି ମୋହନା ସହରର ମୂଖ୍ୟ ବଜାର ଦେଇ ତହସିଲଦାରଙ୍କ ବିଭିନ୍ନ ନାରାବାଜି କରି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ପାଖାପାଖି ୩ ଘଣ୍ଟା ତହସିଲ୍ କାର୍ଯ୍ୟାଳୟ ସାମ୍ନାରେ ତହସିଲଦାର ସତ୍ୟବାନ୍ ନାୟକଙ୍କ ବିରୋଧରେ ନାରାବାଜି କରିଥଲେ। ସେମାନଙ୍କ ମୂଖ୍ୟ ଅଭିଯୋଗ ଥିଲା ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଚୌହଦ ନିର୍ମାଣ,୩୪ ଇ କେସ,୧୯ ସି କେସ, ଘରବାରି ପଟ୍ଟା, ପଟ୍ଟା ସଂଶୋଧନ, ଜଙ୍ଗଲ ଜମି ପଟ୍ଟା, ଘୋଷଣା ନାମା ଓ ସାମଗ୍ରିକ ଘୋଷଣା ନିମନ୍ତେ ଜମି ଚିହ୍ନଟ କରଣ ପାଇଁ ମୁଖ୍ୟ ଦାବୀ ରହିଥିଲା। ଏହି କାର୍ଯ୍ୟକ୍ରମରେ ଦଳିତ ଆଦିବାସି ଆଞ୍ଚଳିକ ବିକାଶ ପରିଷଦ, ନବ ନିର୍ମାଣ ସଂଘର୍ଷ ସମିତି ଓ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ଜନ ଜାଗରଣ ସଂଘର୍ଷ ସମିତି ର ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିରୋଧ କରିଥିଲେ। ପାଖା ପାଖି ୩ ଘଣ୍ଟା ପରେ ମୋହନା ବିଡ଼ିଓ ଲୋକଙ୍କୁ ବୁଝା ଶୁଝା କରିଥିଲେ ଓ ସେମାନଙ୍କ ଦାବୀ ଗୁଡ଼ିକ ରଖିଥିଲେ ଓ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଓହରିଥିଲେ।

Leave a Reply

Your email address will not be published. Required fields are marked *