ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ । ଆର,ଉଦୟଗିରି 25/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟଳୟ ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବୈଠକ ରେ ମେଡିକାଲ୍ ରେ ଲାଗି ରହିଥିବା ସମସ୍ୟା ଗାଁ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ମେଡିକାଲ୍ ରେ ରୋଗୀଙ୍କ ନିମନ୍ତେ ୩୦ ଶଯ୍ୟା ବେଡ ଥିଲେ ମଧ୍ୟ ଜାଗା ଅଭାବରୁ ବେଡ ପଡ଼ିପାରିନାହିଁ। ଏମିତି କି ମେଡିକାଲ୍ ରେ ରୋଗୀଙ୍କ ନିମନ୍ତେ ଭଲ ଶୌଚାଳୟ, ପାନୀୟଜଳ ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକ ରେ ମୋହନା ମେଡିକାଲ୍ ଅଧିକାରୀ ଡାକ୍ତର ଜୟ ପଣ୍ଡା,ଡାକ୍ତର ଅମୃତରାଜ ଜେନା , ଗୋପାଳ କୃଷ୍ଣ ସାହୁ, ଆୟୁଷ ଡ଼ାକ୍ତର ଅନୁପମା ପାଢ଼ୀ ପରିମଳ ଜେଇ ପଦ୍ମନାଭ ଖଣ୍ଡେଇ ଙ୍କ ସମ୍ୱନିତ ଶିଶୁ ବିକାଶ ର ସୂପରଭାଇଯର ଯୋଗ ଦେଇଥିଲେ।
Related Posts
କାଳବୈଶାଖୀ ର ତାଣ୍ଡବ, ଘଡଘଡି ରେ ଜଣେ ଯୁବତୀଙ୍କ ମୃତ
କାଳବୈଶାଖୀ ର ତାଣ୍ଡବ, ଘଡଘଡି ରେ ଜଣେ ଯୁବତୀଙ୍କ ମୃତ… ଆର,ଉଦୟଗିରି(ମନୋଜ କୁମାର ପାଢୀ/୩୦/୫/–ଚାରିଆଡେ ଭୀଷଣ ଗରମ ରେ ଲୋକେ ସଢୁଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ…
ଧୋକା ଖାଇଛି ଗୁଗୁଲ୍ ମ୍ୟାପ୍ ଠାରୁ!
ବନ ବିଭାଗ ସହାୟତାରେ ପୁଲିସ୍ ରାତି ୧୨ଟାରେ ୫ ସାଙ୍ଗଙ୍କୁ ଘଞ୍ଚ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର କରିଛି। ଜଙ୍ଗଲରେ ସିନା ୫ ସାଙ୍ଗଙ୍କ ଜୀବନ ବଞ୍ଚି ଯାଇଛି,…
ଦୁଇ ଅନ୍ତର୍ଦ୍ଧାନ ଯୁବତୀ ଓ ନାବାଳିକା କୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଛନ୍ତି ହିଞ୍ଜିଳି ପୋଲିସ।
ଦୁଇ ଅନ୍ତର୍ଦ୍ଧାନ ଯୁବତୀ ଓ ନାବାଳିକା କୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଛନ୍ତି ହିଞ୍ଜିଳି ପୋଲିସ। ଗଞ୍ଜାମ:ହିଞ୍ଜିଳି ଥାନା ଅର୍ନ୍ତଗତ ରାଳବ ଗ୍ରାମର ବର୍ଷା…