ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ ଓ୍ବାର୍ଡ ପାଇଁ ଦୁଇ ପ୍ରାର୍ଥୀ ପାର୍ଥ ପତ୍ର ଦାଖଲ କରିଥିଲେ । ଏଥିରେ ନରତମା ପାତ୍ର ବିଜୟ ହୋଇଥିବା ବେଳେ ଓ୍ବାର୍ଡ ସଭ୍ୟ ପ୍ରତିଦ୍ବନ୍ଦିତା କରୁଥିବା ଜୟନ୍ତୀ ପଟ୍ଟନାୟକ ନରତମା ପାତ୍ରଙ୍କ ଚାରିଗୋଟି ସନ୍ତାନ ଥିବା ଅଭିଯୋଗ ଆଣିଥିଲେ । କିନ୍ତୁ ନରତମା ପାତ୍ର ନିଜର ଦୁଇଟି ସନ୍ତାନ ଥିବା ଦର୍ଶାଇ ନିର୍ବାଚନ ଲଢିଥିଲେ । ଏହାର ଚାଲେଞ୍ଜ କରି ଜୟନ୍ତୀ ପଟ୍ଟନାୟକ ପଞ୍ଚାୟତ ରାଜ ବିଭାଗ ଓ ବ୍ଳକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ପରେ ଏହି ମାମଲା ମୋହନା କୋର୍ଟରେ ପହଞ୍ଚିଥିଲା । ଉକ୍ତ ମାମଲାର ରାୟ ନିକଟରେ ମୋହନା କୋର୍ଟ ଦେଇଥିଲା । ଏଥିରେ ଶ୍ରୀମତୀ ପଟ୍ଟନାୟକଙ୍କ ବିଜୟ ହୋଇଛନ୍ତି । ଯାହାକୁ ନେଇ ଶ୍ରୀମତୀ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି । ଡେରିରେ ହେଉପଛେ ପ୍ରକୃତ ସତ୍ୟ ପଦାକୁ ଆସିଛି ଓ ନ୍ୟାୟଳୟ ତାଙ୍କୁ ଠିକ୍ ନ୍ୟାୟ ପ୍ରଦାନ କରିଛନ୍ତି । ସେଥିଲାଗି ତ ସେ ବହୁ ସଂଘର୍ଷ କରିଥିଲେ ମଧ୍ୟ ଆଜିର ଖୁସିଥିବା କହିଛନ୍ତି ।