ମୋହନା ଅଁଳାଗୁଡା ରେ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟିତ .. ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଖଣି ପଞ୍ଚାୟତ ଅଁଳାଗୁଡା ଠାରେ ଆଜି ମିଶନଶକ୍ତି ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି। ରାସାୟନିକ ସାର ବଦଳରେ ଜୈବିକ ସାର ରେ କିଭଳି ଅଧିକ ରୁ ଅଧିକ ଲୋକେ ଚାଷ କରିବେ ତାହା ଆଲୋଚନା କରାଯାଇଥିଲା। ମିଶନଶକ୍ତି ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ରେ ମହାଲକ୍ଷ୍ମୀ ସୋୟମ ସହାୟକ ଦଳକୁ ଜୈବିକ ସାର ଓ ବିକ୍ରୟ କେନ୍ଦ୍ର ଦିଆ ଯାଇଥିବା ବେଳେ ଅଧିକ ମାତ୍ରା ରେ କିଭଳି ଉତ୍ପାଦନ ହୋଇ ବିକ୍ରୀ କରାଯିବ ଗୁରୁତ୍ଵ ଦିଆଯିବ ବୋଲି ମିଶନଶକ୍ତି ବିଭାଗ ର ବ୍ଲକ ସଂଯୋଜକ ସିବାନନ୍ଦ ସିଂ କହିଥିଲେ। ଜୈବିକ ସାର ଉତ୍ପାଦନ ଅଧିକ ମାତ୍ରା ରେ କରାଗଲେ ବ୍ଲକ ରେ ଅଧିକ ରୁ ଅଧିକ ମହିଳା ସ୍ବାବଲମ୍ବୀ ହୋଇପାରିବେ ଓ ରାସାୟନିକ ସାର ବଦଳରେ ଜୈବିକ ସାର ଚାଷ କାର୍ଯ୍ୟ ରେ ଲଗାଇଲେ ଶରୀର ପ୍ରତି କ୍ଷତି ହେବନାହିଁ।ଏହି କାର୍ଯ୍ୟକ୍ରମ ରେ ମୋହନା କୃଷି ଅଧିକାରୀ ଭବେନ୍ଦ୍ର ମୂର୍ମୁ ଓ ଜୀବିକା ମିଶନ ର କର୍ମଚାରୀ ରଜନୀକାନ୍ତ ପଣ୍ଡା ଯୋଗ ଦେଇଥିଲେ।
Related Posts

ବିଜେପି ମହିଳା ଶାଖାର ତରଫରୁ ବିଶ୍ବ ସ୍ବଚ୍ଛତା ଦିବସ
ବିଜେପି ମହିଳା ଶାଖାର ତରଫରୁ ବିଶ୍ବ ସ୍ବଚ୍ଛତା ଦିବସ ସେମିଳିଗୁଡା.ତାରିଖ ୨୦,୯,୨୦୨୪ ସେମିଳିଗୁଡା ବିଜେପି ମହିଳା ଶାଖା ତରଫରୁ ବିଶ୍ବ ସ୍ବଚ୍ଛତା ଦିବସ ପାଳିତ ହୋଇ ଯାଇଛି…

ମହିଳାଙ୍କ ମାସିକଧର୍ମ (ଋତୁସ୍ରାବ) ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି।
ଭୁବନେଶ୍ବର: ମହିଳାଙ୍କ ମାସିକଧର୍ମ (ଋତୁସ୍ରାବ) ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା…

ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ
ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଓଡିଶା ଆଦିବାସୀ ଅଧିକାର ମଞ୍ଚ ମୋହନା ଓ ଆର,ଉଦୟଗିରି ଆଞ୍ଚଳିକ କମିଟି ପକ୍ଷରୁ ଆଦିବାସୀ ମହିଳା…