ମୋହନାରେ ୬୩ ପ୍ରତିଶତ ଓ ଆର, ଉଦୟଗିରି ୭୪.୨୩ ମତଦାନମୌଳିକ ସମସ୍ୟା ସମାଧାନ ନ ହେବା ପ୍ରତିବାଦରେ ୫ଟା ଓ୍ବର୍ଡବାସୀ ଭୋଟବର୍ଜନ କଲେ ।

ମୋହନାରେ ୬୩ ପ୍ରତିଶତ ଓ ଆର, ଉଦୟଗିରି ୭୪.୨୩ ମତଦାନମୌଳିକ ସମସ୍ୟା ସମାଧାନ ନ ହେବା ପ୍ରତିବାଦରେ ୫ଟା ଓ୍ବର୍ଡବାସୀ ଭୋଟବର୍ଜନ କଲେ ।

ଆର, ଉଦୟଗିରି(ମନୋଜ କୁମାର ପାଢୀ/14/5 ଗଜପତି ଜିଲ୍ଲା ମୋହନା ବିଧାୟକସଭା ନିର୍ବାଚନମଣ୍ଡଳୀରେ ମତଦାନ ଗତକାଲି ଶେଷ ହୋଇଛି ।ମୋହନା ବ୍ଲକର ୨୮୭ ବୁଥରେ ଭୋଟ ଗ୍ରହଣ ହୋଇଥିବା ବେଳେ ୬୩ ପ୍ରତିଶତ ସେହିପରି ଆର,ଉଦୟଗିରି ବ୍ଲକର ୫୯ ବୁଥର ୭୪.୨୩ ମତଦାନ ରହିଛି । କିଛି ବୁଥରେ ପ୍ରଥମେ ଇଭିଏମ୍ ଖରାପ ଯୋଗୁଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟ ପକ୍ଷରେ ମୋହନା ବ୍ଳକ ଜାମୁଲିଂ ୨୧ ନମ୍ବର ବୁଥରେ ଭୋଟ ବର୍ଜନ କରିଥିଲେ ଲୋକେ । ସେହି ବୁଥରେ ଜାମୁଲିଂ, କେହେଲିଗୁଡା, ବେଞ୍ଜମା, ଭାଲିଆଗୁଡା, ହୁରୁଗୁଡା ଓ ଢିମିରିପଙ୍କାଳ ଆଦି ୬ ଓ୍ବାର୍ଡର ୯୩୦ ଭୋଟର ଥିବାବେଳେ ଭୋଟ ବର୍ଜନ କରିଥିଲେ ଲୋକେ । କେବଳ ଭଲିଆଗୁଡା ଓ୍ବାର୍ଡର ମାତ୍ର ପୁଲିସ ପ୍ରଶାସନ ଜୋରଜବଦସି ଭାବ ୨୬ ଜଣ ଭୋଟ ଦେଇଥିବା ବେଳେ ଅନ୍ୟ ୫ ଓ୍ବର୍ଡର ଲୋକେ ଭୋଟ ବର୍ଜନ କରିଥିଲେ । ସେହି ଅଞ୍ଚଳରେ ରାସ୍ତା, ପାଣି, ବିଦ୍ୟୁତ ଓ ନେଟ୍ଓ୍ବାର୍କ ସମସ୍ୟା ଲାଗିରହିଛି । ଏନେଇ ବହୁବାର ବାରମ୍ବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ କଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ ଲୋକେ । ତାହାକୁ ବି ଭୂକ୍ଷେପ କଲେନାହିଁ ପ୍ରଶାସନ ଅଧିକାରୀ ମାନେ ଏବଂ କତ୍ତୃପକ୍ଷ । ତେଣୁ ଭୋଟ ବର୍ଜନ କରିଅଛୁ ଲୋକେ । ଜାମୁଲିଂ ବୁଥ ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ଖବର ପାଇ ମୋହନା ଥାନା ଅଧିକାରୀ ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଲୋକଙ୍କୁ ଭୋଟ ଦେବାପାଇଁ କହିଥିଲେ ଥାନା ଅଧିକାରୀ । ତଥାପି ଶୁଣିଲେନଥିଲେ ଗ୍ରାମବାସୀ । ଏହାପରେ ୨ଟାରେ ମୋହନା ବିଡିଓ ରାଜୀବ ଦାସ ଜାମୁଲିଂ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତଥାପି ଲୋକେ ନ ବୁଝି ଭୋଟ ବର୍ଜନ କରିଛନ୍ତି । ଭୋଟଗ୍ରହଣ ଆରମ୍ଭ ହେଲା ପରେ ୩୦ଟି ଭୋଟ ଗ୍ରହଣ କରାଯିବା ପରେ ଜାମୁଲିଂ ବୁଥରେ ଲୋକେ ଭୋଟ ବର୍ଜନ ଆରମ୍ଭ କରିଥିଲେ । ଖଣି ୩୮ ନମ୍ବର ବୁଥରେ ଇଭିଏମ୍ ଖରାପ ଯୋଗୁଁ ପ୍ରାୟ ଦେଢ ଘଣ୍ଟା ପରେ ମତଦାନ ଆରମ୍ଭ ହୋଇଥିଲା । ତେବେ ମୋଟାମୋଟି ଭାବେ ଶାନ୍ତିପୂଣ୍ଣ ଭାବେ ମତଦାନ ହୋଇଥିବା ତହସିଲିଦାର କରିଥିଲେ । ଆର,ଉଦୟଗିରି ବ୍ଲକରେ ସୁରୁଖୁରୁରେ ମତଦାନ , ୭୪.୨୩ ପ୍ରତିଶତ ମତଦାନ ଆର,ଉଦୟଗିରି-:ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ ଅଞ୍ଚଳରେ ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିବା ମତ ଦଳ ସନ୍ଧା ୫ ଘଣ୍ଟାରେ ୩୩୯୮୦ ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସମସ୍ତ ଘାଟି ପାହାଡ ସହ ସମତଳ ଇଲାକା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହ ଭୋଟର ମତ ଦାନ କରୁଥିବା ଆର, ଉଦୟଗିରି ବ୍ଲକ ଦାୟିତ୍ଵରେ ଥିବା ନିର୍ବାଚନ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ମୋହନା ବ୍ଲକ ରେ ୪୫୭୭୫ଭୋଟର ଥିବା ବେଳେ ସେଥି ମଧ୍ୟରୁ ପୁରୁଷ ଭୋଟର ୨୨୪୨୨ ରୁ ଭୋଟ ଦେଇଛନ୍ତି ୧୬୪୫୮ ଏବଂ ମହିଳା ଭୋଟର ୨୩୩୫୩ ରୁ ୧୭୫୨୨ ଦେଇଛନ୍ତି। ମୋଟ ୭୪.୨୩ ମତଦାନ ହୋଇଛି । ଗଜପତି ଜଲ୍ଲା ଆର, ଉଦୟଗିରି ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ

Leave a Reply

Your email address will not be published. Required fields are marked *