ମୋହନାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)— ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟlଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ମୋହନା ବିଡିଓ ରାଜୀବ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ଜିପିଡ଼ିଓ ଦୀପକ ପ୍ରଧାନ, ଏବିଡ଼ିଓ ରମାକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ l ଏହି ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ l ଏହି ଶିବିରରେ ବିଭିନ୍ନ ବର୍ଗର ୮୮୪ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣଙ୍କୁ ଟ୍ରାଇ ସାଇକେଲ, ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ୍, ଶ୍ରବଣ ଯନ୍ତ୍ର,ବ୍ରେଲି ସ୍ଳେଟ୍, ୱାକିଙ୍ଗ୍ ଷ୍ଟିକ୍, ବ୍ୟାଟେରୀ ସାଇକେଲ୍ , ବିଭିନ୍ନ ପ୍ରକାରର କିଟ୍ ଆଦି ପ୍ରଦାନ କରାଯାଇଥିଲାl ପାରଳାଖେମୁଣ୍ଡି ଓ ବ୍ରହ୍ମପୁରରୁ ଅଭିଜ୍ଞ ଡ଼ାକ୍ତର ଓ ଶ୍ରବଣ ବିଶେଷଜ୍ଞମାନେ ଆସି ଭିନ୍ନକ୍ଷମମାନଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ ।
Related Posts

ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ତୃତୀୟ ଦିନ ରେ ୭୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ତୃତୀୟ ଦିନ ରେ ୭୧ୟୁନିଟ ରକ୍ତ ସଂଗୃହୀତ…

Voter awareness WALKATHON for first-time voters Sunabeda.
District Election Officer, Koraput orchestrated a voter awareness expedition, engaging all ROs and several first-time voters, with the aim of…

ନିଷ୍ଠା ପରିବାର ତରଫ ରୁ ରେଡ ଡ୍ରପ ମାରାଥନ ସାହୁ ଟିକ୍ରା ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ନିଷ୍ଠା ପରିବାର ତରଫ ରୁ ରେଡ ଡ୍ରପ ମାରାଥନ ସାହୁ ଟିକ୍ରା ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ – (ଭବାନୀ…