ମୋହନାରେ ଦଶହରା ଦୂର୍ଗାପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ – ଗଜପତି ଜିଲ୍ଲା ର ମୋହନା ସଦର ମୋହନା ମୁଖ୍ୟ ବଜାର ମଧ୍ୟରେ ହେବାକୁ ଥିବା ଦୁର୍ଗା ପୂଜା ଦୀର୍ଘ ବର୍ଷ ଧରି ସ୍ଥାନୀୟ ଶ୍ରୀ ନୀଳକଣ୍ଠେଶ୍ଵର ବଣିକ ସଂଘ ପକ୍ଷରୁହୋଇ ଆସୁଛି। ସେହିପରି ଚଳିତ ଥର ମଧ୍ୟ ସ୍ଥାନୀୟ ବଣିକ ସଂଘ ଆଡମ୍ବର ସହ ପୂଜା କରିବା ନିମନ୍ତେ ନିଷ୍ପତ୍ତି ନେଇ ଆଜି ଗ୍ରାମର ସମସ୍ତ ଠାକୁର ଙ୍କୁ ଆବାହନ କରି ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି।ପ୍ରଥମେ ବଣିକ ସଂଘ ସଭା ଗୃହରେ ଏକ ବୈଠକ କରାଯାଇ ବୈଠକ ରେ କିଭଳି ଭାବେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ରେ ହେବ ଆଲୋଚନା କରାଯାଇଥିଲା। ପରେ ମାଁ ମାଣିକେଶ୍ଵରୀ ମନ୍ଦିର ରେ ଢୋଲ ବାଜା ସହ ତାଳ କୀର୍ତ୍ତନ କରି ପୂଜା ଅର୍ଚ୍ଚନା କରାଯାଇଥିଲା। ମାଁ ମାଣିକେଶ୍ଵରୀ ମନ୍ଦିର ରୁ ବାଜା ବଜାଇ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ମନ୍ଦିର ଛକ ନିକଟରେ ହେବାକୁ ଥିବା ଦୁର୍ଗା ମେଢ଼ ନିକଟରେ ପହଞ୍ଚି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବଣିକ ସଂଘ ର ସଭାପତି ମନୋଜ କୁମାର ସାହୁ ଙ୍କ ସହଯୋଗ ରେ ଉପ-ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ହନି ବିଷୋୟୀ, ବିଶିଷ୍ଠ ବ୍ୟବସାୟୀ ଟୁନା ସାହୁ ଙ୍କ ସମେତ ପ୍ରାୟ ୩୦୦ ଶହ ରୁ ଉର୍ଦ୍ଧ ବ୍ୟବସାୟୀ ଉପସ୍ଥିତ ରହିଥିଲେ।
Related Posts
ଭିତ୍ତିଭୂମି ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟିର ୬୨ତମ ବୈଠକ ଅନୁଷ୍ଠିତ
ଭିତ୍ତିଭୂମି ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟିର ୬୨ତମ ବୈଠକ ଅନୁଷ୍ଠିତ ଭୁବନେଶ୍ୱର : ଭିତ୍ତିଭୂମି ଉନ୍ନତିକରଣ ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟିର ୬୨ତମ ବୈଠକ ଆଜି ପୂର୍ବାହ୍ନରେ…
ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି
ଶପଥ ନେଲେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ* ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ* ମୁଖାଗ୍ନି ଦେଲେ ସାନ ପୁଅ ଟଙ୍କଧର ପୂଜାରୀ* ଜିଲ୍ଲାପାଳ,…