ମେଡିକାଲ ଛକରେ ଥିବା ଯାତ୍ରୀବିଶ୍ରାମ ଗାର ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ବର୍ଷା ରୁ ରକ୍ଷା ପାଇବା ପାଇଁ ଜନସାଧାରଣ ଅନ୍ତସନ୍ତ ?(କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲଙ୍କ ରିପୋର୍ଟ )
କନ୍ଧମାଳ :- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ମେଡିକାଲ ଛକରେ ଥିବା ଯାତ୍ରୀବିଶ୍ରାମ ଗାର ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥା ରେ l ମେଡିକାଲ ଛକ ନିକଟରେ ଥିବା ବିଶ୍ରାମ ଗାରର ଅବସ୍ଥା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ l ସାଧାରଣତଃ ଝଡ଼ି ବର୍ଷା ରେ ମେଡିକାଲ କୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କ ମେଡିକାଲ ପାଖରେ ଥିବା ଯାତ୍ରୀ ବିଶ୍ରାମ ଗାର ର ଅଳିଆ ଆବର୍ଜନା ଥିବା ହେତୁ, ପାଖରେ ଥିବା ପାନ କେବିନ, ଅନ୍ୟନ୍ୟ ଦୋକାନୀ ସାମ୍ନାରେ ଠିଆ ହେବକୁ ନିର୍ଭର କରନ୍ତି l ଏଠି ପ୍ରଶ୍ନ ଉଠୁଛି ଜନସାଧାରଣ ଙ୍କ ପାଇଁ ଆଶ୍ରୟ ନା ଜୀବଜନ୍ତୁ ପାଇଁ ମୁଖ୍ୟ ମେଡିକାଲ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ? ଏହି ବର୍ଷା ଦିନ ରେ ଜନସାଧାରଣ ଆଶ୍ରୟ ନେବେ କେଉଁଠି? କେବେ ସୁଧାରିବ ମେଡିକାଲ ପାଖରେ ଥିବା ଯାତ୍ରୀବିଶ୍ରାମ ଘର l ଜାତୀୟ ରାଜପଥ ରେ ଗାଡି ମଟର, ସ୍କୁଲ କଲେଜ ଛାତ୍ର ଛାତ୍ରୀ ସଦା ସର୍ବଦା ଏହି ରାସ୍ତା ଯାତାୟାତ କରିବା ସହିତ ସାଧାରଣ ଲୋକ ପ୍ରବଳ ବର୍ଷା ହେଲେ ବର୍ଷା ରେ ଓଦା ହେବା ବ୍ୟତୀତ ଆଶ୍ରୟ ନେବା କୁ ବିଶ୍ରାମଗାର ରେ ବହୁତ କଷ୍ଟ l ମେଡିକାଲ ର ଜନ ବହୁଳ ମୁଖ୍ୟ ଆଶ୍ରୟ ସ୍ଥଳି କେମିତି ରହିଛି ଘର ଆଉ କେତେ ଯତ୍ନବାନ l ଯାତ୍ରୀ ବିଶ୍ରାମ ଗାର ରେ କୁଡ଼ କୁଡ଼ ଅଳିଆ, ଆବର୍ଜନା,ଗୋବର, ଛେଳି ଅନ୍ୟନ୍ୟ ଜୀବଜନ୍ତୁ ଥିଲେ ବି କାହାର ନଜର ନାହିଁ l ଠିଆ ହେବା ପାଇଁ ସ୍ଥାନ ନ ଥିଲେ ବି ଅଳିଆ ଉପରେ ବର୍ଷା ଠୁ ରକ୍ଷା ପାଇବା ପାଇଁ ଜନସାଧାରଣ ବାଧ୍ୟ୍ୟହୁଅନ୍ତି l ଯାତ୍ରୀ ବିଶ୍ରାମ ଗାର ର ଅବସ୍ଥା ନ କହିବା ଭଲ, ଆପଣ ଯାତ୍ରୀ ବିଶ୍ରାମଗାର ର ଛାତ କେତେବେଳେ ଖସି ପଡ଼ିବ କହି ହେବ ନାହିଁ l ନିକଟରେ ଥିବା ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ବାରମ୍ବାର ପ୍ରଶାସନ ଓ ପଞ୍ଚାୟତ ରେ କହିଲେ ମଧ୍ୟ କାହାର ଏହି ଘର ପ୍ରତି ନଜର ନାହିଁ ବୋଲି ଅଭିଯୋଗ କରିଛନ୍ତି l ପ୍ରଶାସନ ବା ପଞ୍ଚାୟତ ବିଭାଗ କେବେ ବିଶ୍ରାମ ଗାର ର ଅଳିଆ ଆବର୍ଜନା କୁ ପରିଷ୍କାର କରିବା ଓ ଛାତ ରେ ରଡ଼ ଦେଖା ଯାଉଥିବା ଜରାଜୀର୍ଣ୍ଣ ଅବସ୍ଥା କୁ ସମ୍ପୂଣ୍ଣ କରିବା ପାଇଁ ଅଞ୍ଚଳବସିଙ୍କ ଦାବୀ l