ମୃତ ଶିଶୁ କନ୍ୟାକୁ ନେଇ ପୋଲିସ ସନ୍ଦେହ ବଳୟରେ ମା

ମୃତ ଶିଶୁ କନ୍ୟାକୁ ନେଇ ପୋଲିସ ସନ୍ଦେହ ବଳୟରେ ମା

ସୁନାବେଡ଼ା:(କିଶୋର)ଆଜି ଦିନ ୨ .୩୦ ରେ ସୁନାବେଢା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଅଜଣା ଲୋକ ମୋଟର ସାଇକେଲରେ ପିଲାକୁ କାନ୍ଧରେ ଧରି ଅତର୍କିତ ଭାବେ ମେଡିକାଲ ବେଡ୍ ରେ ପକାଇ ଚାଲି ଯାଇଥିଲା। ପଚାରି ବାରୁ କହିଲା ଆଉ ଗୋଟିଏ ପିଲାକୁ ଆଣି ଆସୁଛି କହିଲା। କାହା କଥା ନ ଶୁଣି ସିଧା ମେଡିକାଲ ରୁ ବାହାରି ଯାଇଥିଲା। ଆଉ ପରୀକ୍ଷାରୁ ଜଣାପଡିଲା ପିଲାଟି ଦେହରେ ଜୀବନ ନାହିଁ। ସୁନାବେଡ଼ା ର ସ୍ୱାସ୍ଥ୍ୟ କେନ୍ଦ୍ରରେ CC କ୍ୟାମେରା କାମ କରୁନଥିବାରୁ ଅଜଣା ବ୍ୟକ୍ତି ବିଷୟ ରେ ଜାଣି ହେଲା ନାହିଁ। ପରେ ସୁନାବେଢା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକା ଆସି ତର୍ଜମା କରି ଯାଇଥିଲେ। ସୋସିଆଲ ମିଡିଆରେ ଘନ୍ ଘନ ଭାବରେ ଏହି ଖବର ପ୍ରସାରିତ ହେବା ପରେ ମୃତ ଶିଶୁ ଟି କୁନ୍ଦୁଲି ର ଅଞ୍ଚଳ ର ଜଣା ପଡିଥିଲା।ଓ ଶିଶୁଟିକୁ ଆଣିଥିବା ଲୋକର ଚେହରା ଜଣା ପଡିଥିଲା। ପରେ ଗଣ ମାଧ୍ୟମରେ ଖବର ପାଇଁ ମୃତଶିଶୁ ର ମା ଓ ତାର ମାମୁ ଆସି ହସ୍ପିଟାଲ ରେ ମୃତ ଝିଅ କୁ ପାଇଥିଲେ। ପ୍ରାଥମିକ ତଦନ୍ତ ରୁ ଏହା ହତ୍ୟା ର ପ୍ରୟାସ ଲାଗୁଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଚି କିନ୍ତୁ କୌଣସି ପ୍ରକାର ର ଶାରୀରିକ ନିର୍ଯାତନା କିମ୍ବା ଶୋଷଣ ର ଚିହ୍ନ ନାହିଁ ବୋଲି ଡକ୍ଟର କହିଛନ୍ତି।କିନ୍ତୁ ଗୁଣି ଗାରେଡ଼ି ର ସମ୍ଭାବନା କୁ ଏଡାଇ ନ ଦିଆ ଯାଇପାରେ। ପିଲାର ଗୋଡ଼ ରେ ହଳଦୀ ଓ ସିନ୍ଦୂର ର କିଛି ଚିହ୍ନ ଅଛି। ଅଧିକ ତଦନ୍ତ ପାଇଁ ପିଲାର ମାକୁ ହୀରାସତ୍ କୁ ନେଇଛି ପୋଲିସ। କୋରାପୁଟ ରୁ ଫରେନ୍ସିକ ଟିମ୍ ଆସି ତଦନ୍ତ କରୁଛନ୍ତି। ଏହାକୁ ତଦନ୍ତ କରି ଉପଯୁକ୍ତ ଦୋଷୀ କୁ ଧରିବା ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *