ମୁର୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି

ମୁର୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି

ଆର,ଉଦୟଗିରି(ମନୋଜ କୁମାର ପାଢୀ/27/9/2024 ମୋହନା ବ୍ଳକର ଖଣି ସ୍ଥିତ ଆଶ୍ରମ ଉଛ ବିଦ୍ୟାଳୟ ହଷ୍ଟେଲର ଦୁଇ ଜଣ ଛାତ୍ରୀ ମୁର୍ଛା ବେମାରରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ ପ୍ରଥମ ଓ ଅନ୍ୟଜଣେ ନବମ ଶ୍ରେଣୀ ଛାତ୍ରୀ । ସେମାନଙ୍କୁ ପ୍ରଥମ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭତ୍ତୀ କରାଯାଇଥିଲା । ପରେ ଦୁଇଛାତ୍ରୀଙ୍କର ପରିସ୍ଥିତି ଉଦବେଗଜନକ ହେବାରୁ ଦ୍ବୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ରେଫର କରାଯାଇଥିବା ସୁଚନା ମିଳିଛି । ତେବେ ବିଭାଗୀୟ ଅଧିକାରୀ ପରିବାର ଲୋକଙ୍କୁ ଖବର ଦେଇଛନ୍ତି । କିନ୍ତୁ ପରିବାର ଲୋକେ ମେଡିକାଲକୁ ପହଞ୍ଚି ଥିବାରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *