ମୁମ୍ବାଇରେ ଓଡିଆ ଶ୍ରମିକ ମୃତ ।
ଆର,ଉଦୟଗିରି (ମନୋଜ କୁମାର ପାଢୀ) ଅର୍ଥ ଅଭାବ ହେବାରୁ ପରିବାର ଚଳିବା କଷ୍ଟକର ହୋଇ ପଡିଲା l ଶେଷରେ କଣ କରିବେ ଫିରୋଜ ଦାଦନ ଖଟିବାକୁ ଚାଲିଗଲେ ମୁବ୍ୟାଇ l ହେଲେ ଆଉ ଫେରିଲେ ନି, ଯେଉଁ ପରିବାର ର ଖୁସି ପାଁଇ ଯାଇଥିଲେ ସେଇ ପରିବାର ଆଜି ଦୁଃଖ ରେ l ଘଟଣା ହେଉଛି ଅଡବା ଥାନା ଅନ୍ତର୍ଗତ ତଳଦମାଦୁଆ ଗାଁ ର l ସୂଚନା ମୁତାବକ ଫିରୋଜ ମଳିକ ନିଜ ପାଞ୍ଚଟି ଛୁଆ, ସ୍ତ୍ରୀ ଓ ବୁଡିମା ଙ୍କୁ ନେଇ ରହୁଥିଲେ l ପରିବାର ଅତି ଗରୀବ ନିରୀହ ହୋଇଥିବାରୁ ଫିରୋଜ ଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା l ଶେଷରେ ପରିବାର କେମିତି ଖୁସି ରେ ରହିବେ ସେଥିପାଁଇ ନିଷ୍ପତି କଲେ ମୁମ୍ବେଇ ଯିବେ ଓ କିଛି ରୋଜଗାର କରି ପରିବାର ଚଳାଇବେ ଓ ପରିବାର ଖୁସିରେ ରହିବେ l କିନ୍ତୁ ଟ୍ରେନ ଦୁର୍ଘଟଣା ଘଟି ଫିରୋଜଙ୍କ ମୃତ ଘଟିଲା l ଯାହାକୁ ନେଇ ପରିବାର ଏବେ ଚିନ୍ତlରେ l ଘଟଣା ଘଟି ତିନି ପରେ ବି ଲାସ ପହଂଚି ପାରିନି ଗାଁ କୁ l ଗାଁ ଲୋକ କିଛି ଅର୍ଥ ସଂଗ୍ରହ କରି ଦେବାରୁ ଆଜି ଏକ ଆମ୍ବୁଲେନ୍ସ ଯୋଗେ ଫିରୋଜ ଙ୍କ ଲାସ ଆସି ପହଂଚିବ l ତେବେ ପରିବାର ଅତି ଦୁଃଖରେ ଥିବାରୁ ସରକାର ସହାୟତା ପାଁଇ ଦାବି କରିଛନ୍ତି ଗ୍ରାମବାସୀ l