ମୁନ୍ନା ଓ ଜନ୍ ଦୁଇ ସାଙ୍ଗ । ମିତ୍ରତା ଥିଲା କ୍ରିକେଟ କୁ ନେଇ। ଆଉ କ୍ରିକେଟ ସହିତ ପ୍ରତିଟି ସୁଖ ଦୁଃଖ ରେ ଜଣେ ଅନ୍ୟ ଜଣେ ପାଇଁ ଛିଡ଼ା ହୋଇଛନ୍ତି। କିନ୍ତୁ ଭାଗ୍ୟର କି ଦୁଃଖଦ ଲେଖାଥିଲା ଜନ କୁ ଏହି ଦୁନିଆ ରୁ ଯିବାକୁ ଥିଲା।
ସ୍ଥାନୀୟ NAD ଠାରେ କାମ ଭି ପାଇଥିଲା। ଆଉ ପାରିବାରିକ ଦାୟିତ୍ୱ ତୁଲାଇ ଥିଲା ତା ସହିତ ସେ ଗୋଟା କ୍ରିକେଟ ପ୍ଲାୟର କିନ୍ତୁ ସେଇଦିନ ଥିଲା ତାର ଶେଷ ଦିନ । ନିଜର ଉପରିସ୍ଥ କର୍ମଚାରୀଙ୍କୁ ରେଲୱେ ଷ୍ଟେସନ ରେ ଛାଡ଼ି ଘର କୁ ଫେରିବା ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତ ଭାବର ଆଗତ ହୋଇପଡ଼ିଥିଲା। ପ୍ରଥମେ କୋରାପୁଟ ପରେ ବିଶାଖାପାଟଣା ନେବା ସମୟରେ ସେ ଆରପାରିକୁ ଚାଲିଯାଇଥିଲା। ମୁନା ବହୁତ୍ ଚେଷ୍ଟା କରିଥିଲେ ମୃତୁ କୋଳ ରୁ ଛଡେଇ ଆଣିବାପାଇଁ।
ଦୁର୍ଘଟଣା ଜାଗାରୁ ତାଙ୍କୁ ଆଣିବା ଠାରୁ ଶେଷ ଯାତ୍ରା ରେ ସାଥିରେ ଥିଲେ। କିନ୍ତୁ ବିଧି ର ବିଧାନ ଅଲଗା ଥିଲା। ଆଜି ଜନ୍ ନଥିଲା କିନ୍ତୁ କିଛି ଟିମ୍ ପିଲାମାନଙ୍କୁ ଆଣି ଗୋଟିଏ କ୍ରିକେଟ ପ୍ରତିଯୋଗିତା କରିଥିଲେ। ସ୍ଥାନୀୟ ବାପୁଜୀ କଲୋନୀ ପିଲା ସହ ଜବାହର ଜ୍ୟୋତି କ୍ଲବ ପିଲା ମାନେ ଟିମ୍ ଗଠନ କରି ପ୍ରତିଯୋଗିତା ଜିତିଥିଲେ। ଆଉ ଏସବୁ ଜିତିବା ରାଶି ଓ କିଛ ରାଶି ସେ ଜନ୍ ଗରଡ଼ା ପରିବାରକୁ ପ୍ରଦାନ କରିଛନ୍ତି। ବାସ୍ତବିକ୍ ଆଜି କି ସ୍ୱାର୍ଥପର ଦୁନିଆରେ ଏଇପରି ବନ୍ଧୁତ୍ୱ ନିରୋଳା।