ମୁନିଗୁଡା ରେଳବାଇ କ୍ରସିଂଙ୍ଗ ଗେଟ କୁ ଭୁତଳ ରାସ୍ତା ନିର୍ମାଣ ପାଇଁ ବିକ୍ଷୋଭ।

ମୁନିଗୁଡା ରେଳବାଇ କ୍ରସିଂଙ୍ଗ ଗେଟ କୁ ଭୁତଳ ରାସ୍ତା ନିର୍ମାଣ ପାଇଁ ବିକ୍ଷୋଭ।

ମୁନିଗୁଡ଼ା :- ନ୍ଯୁଜ -ଗତ 24 ବର୍ଷ ର ବିକାଶ ଦିଗରେ ସମସ୍ତ ଅଂଚଳ ର ବିକାଶ ହୋଇଥିବା ବେଳେ ମୁନିଗୁଡା ବ୍ଲକ ର ଅନେକ ଅଞ୍ଚଳ ବିକାଶ ଦିଗରେ ଅନେକ ଆଗେଇଛି ମୁନିଗୁଡ଼ା ବ୍ୟବସାୟୀ ର!ଏକ ପେଣ୍ଟ ସ୍ଥଳୀ ଅଟେ ହେଲେ ମୁନିଗୁଡା ରେ ଗମନାଗମନ ଦିଗରେ  ବିସ୍ତୃତ ବିକାଶ ହେଇଛି ! ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଟିକରପଡା ନିକଟସ୍ଥ ରେଳ ବାଇ ଲେବୋଲ କ୍ରସିଂଙ୍ଗ ଗେଟ୍ ବାରୁମ୍ ମ୍ବାର ଗେଟ୍ ପଡୁଥିବାନେଇ ପ୍ରତିଦିନ ଅଟକି ରହୁଛି ଶହ ଶହ ଭାରୀଯାନ ଗାଡ଼ି ଘଡା ଓ ଯାତ୍ରୀ ବାହୀବସ ଫଳରେ ମୁନିଗୁଡା ବାସୀ, ଓ ସ୍କୁଲ ଛାତ୍ରଛାତ୍ରୀ ସମେତ ମେଡିକାଲ କୁ ଆସୁଥିବା ଅନେକ ରୋଗୀ ଓ ସାଧାରଣ ଲୋକେ ନାନା ପ୍ରକାର ହଇରାଣ ହରକତ ହେବା ସହ ଅନେକସମୟରେ ମୃତ୍ୟୁ ମୁଖରେ ପଡି ଜୀବନ ହାରିବା ମଧ୍ୟ ଦେଖିବାକୁ ମିଳିଛି । ବହୁପୂର୍ବରୁ ମୁଖ୍ୟ ରାସ୍ତା ହେଇଥିବାରୁ ରେଳ ଟ୍ରାକ ଅତିକ୍ରମ ପାଇଁ  ଗେଟ  ହିଁ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ। ଯିବାଆସିବା ରେ ବହୁ ଲୋକଙ୍କ ଅସୁବିଧା ସମ୍ମୁଖିନ ହେଉଥିବାରୁ ଅନେକ ଥର ମଧ୍ୟ ରେଳବାଇ ପ୍ରଶାସନ କୁ ମଧ୍ୟ ଗୁହାରି କରାଯାଇ ଥିଲା । ଏନେଇ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କ୍ଲବ ଠାରୁ ପଦଯାତ୍ରା ବାହାରି ରେଳ ଷ୍ଟେସନ ସମ୍ମୁଖରେ ଧାରଣା ବସିଥିବା ଦେଖିବାକୁ ମିଳୁଛି। ତେବେ ଏହି ଦିଗରେ ରେଳବାଇ ବିଭାଗ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ପୁଣିଥରେ ଜୋର ଧରିଲା  ଭୁତଳ ରାସ୍ତା ନିର୍ମାଣ ପାଇଁ  ଅଂଟାଭିଡ଼ିଲା ମୁନିଗୁଡା ପ୍ରଗତି ମଞ୍ଚ !ତେବେ ଏହାର କିସୁଫଳ ମିଳୁଛି ତାହା ସମୟ ହିଁ କହିବ !ରାୟଗଡା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *