ମୁଖ୍ୟମନ୍ତ୍ରୀ ମକା ମିଶନରେ କୃଷକ ତାଲିମ ଦାତାଙ୍କ ପାଇଁ ଦୁଇ ଦିନିଆ ତାଲିମ ଶିବିର
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୩ /୧୦ ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ର ଆର.ଉଦୟଗିରି ସ୍ଥିତ ଚାଷ ସୂଚନା ଏବଂ ପରାମର୍ଶଦାତା କେନ୍ଦ୍ର ( ଏଫ ଆଇଏ ସି )ଠାରେ କୃଷିବିଭାଗ ସହାୟତାରେ ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଜୈବିକ ଓ ଉନ୍ନତ ମାନର ମକା ଚାଷ ନିମନ୍ତେ ବ୍ଲକର ୩୦ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ଏକ ଦୁଇଦିନିଆ ତାଲିମ ଦାତାଙ୍କ ତାଲିମ ଶିବିର ମଦର ଟେରେସା ଚାରିଟାଵଲ ଟ୍ରଷ୍ଟ(ଏମଟିସିଟି ) ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ସ୍ୱାଇଁ ,ଆର .ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଏ .ଆର . ପାତ୍ର ,ଆର.ଉଦୟଗିରି ବ୍ଲକ କୃଷି ଅଧିକାରୀ ଶ୍ରୀ ଭବେନ୍ଦ୍ର ମୁର୍ମୁ , କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଶ୍ରୀ ସଂଗ୍ରାମ କେଶରୀ ପରମଗୁରୁ ଓ ମଦର ଟେରେସା ଚାରିଟାଵଲ ଟ୍ରଷ୍ଟର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ଦଳାଇ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମକା ମିଶନ ର ଲକ୍ଷ୳ ଉଦ୍ୟେଶ୍ୟ ବିଷୟରେ ଆଲୋଚନା କରିବା ସହିତ କିଭଳିଭାବେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଯାଇପାରିବ , ତାଲିମରେ ଅଂଶ ଗ୍ରହଣ କରିଥିବା ଅଂଶଗ୍ରହଣ କାରୀଙ୍କ କଣ ଭୂମିକା ରହିବ , ଜୈବିକ ଓ ଉନ୍ନତି ପଦ୍ଧତିରେ କିଭଳିଭାବେ ମକା ଚାଷ କରାଯାଇ ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ ଉପସ୍ଥିତ ସମ୍ବଳ ବ୍ୟକ୍ତିମାନେ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ମଦର ଟେରେସା ଚାରିଟାଵଲ ଟ୍ରଷ୍ଟର ଆର.ଉଦୟଗିରି ବ୍ଲକ ପ୍ରକଲ୍ପ ସଂଯୋଜିକା ସ୍ମୃତି ପଟ୍ଟନାୟକ ପରିଚାଳନା କରିଥିଲେ ।