ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଆସନ୍ତା ୮ତାରିଖରେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ lରାୟଗଡ: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଚାଷୀମାନଙ୍କୁ ଧାନର ସହାୟତା ମୂଲ୍ୟ ସହିତ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଣ୍ଟନ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାର ସହେଳାଠାରେ ଉଦଘାଟନ କରିବେ l ଏଥିସହିତ ଭିଡିଓ କନଫରେନସିଂ ମାଧ୍ୟମରେ ସିଧାପ୍ରସାରଣକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀମାନେ ଦେଖି ପାରିବେ l ଏଥି ନିମନ୍ତେ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏକ ପ୍ରସ୍ତୁତି ବୈଠକ ଗତ ତା ୪/୧୨/୨୪ରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ. ଜିଲ୍ଲାର ଚଷୀମାନେ ସିଧାସଳଖ ଦେଖି ପାରିବେ l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଲ୍ୟ ପଡ଼ିଆ ଠାରେ ଜିଲ୍ଲାର ଚାଷୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି l ଏହାଦ୍ୱାରା ଚାଷୀମାନେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ଟ.୨୩୦୦/-ସହିତ ଇନପୁଟ ସହାୟତା କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ପାଇବେ l ଯାହାଫଳରେ ଚାଷୀ ସର୍ବମୋଟ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ଟା. ୩୧୦୦/-ଟଙ୍କା ପାଇବେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ବିଧାୟକ ଙ୍କ ପଡୋଶୀ ଗାଆଁରେ ନାହିଁ ମୌଳିକ ସୁବିଧା
ଆର.ଉଦୟଗିରି (ମନୋଜ କୁମାର ପାଢୀ):ଆର. ଊଦୟଗିରି ବ୍ଲକ ଅନ୍ତଗତ ମହେନ୍ଦ୍ରଗଡ ପଞ୍ଚାୟତର ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ପୈତୃକ ଗାଆଁ ସୁଗାଡ ଠାରୁ ମାତ୍ର…
ଜୀବନସଂଯୋଗ ଓ ନିଷ୍ଠା ପରିବାର ମିଳିତ ଭାବେ ତାଲଶ୍ରୀଗିଡା ଗ୍ରାମ ରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ଜୀବନସଂଯୋଗ ଓ ନିଷ୍ଠା ପରିବାର ମିଳିତ ଭାବେ ତାଲଶ୍ରୀଗିଡା ଗ୍ରାମ ରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼ ୨୭,୧୦(ଭବାନୀ ଶଙ୍କର ପାଢ଼ୀ)…
ରାସ୍ତା ଦୁର୍ଘଟଣା ରେ ଯୁବକ ଗୁରୁତର।
ରାସ୍ତା ଦୁର୍ଘଟଣା ରେ ଯୁବକ ଗୁରୁତର। ହିଞ୍ଜିଳି ସହର ଆର୍ ଏମ୍ ସି ଛକ ରାସ୍ତା ମଝି ଡିଭାଇଡର୍ କୁ ଧକ୍କା ଦେଇ ଆକାଶ ବେହେରା ନାମରେ…