ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ: ଶେଷ ସନ୍ଧ୍ୟାରେ ଓଡ଼ିଶୀ, କଥକ ଓ ମଣିପୁରୀ ନୃତ୍ୟରେ ଦର୍ଶକ ହେଲେ ବିମୋହିତ
ଭୁବନେଶ୍ୱର: ମୁକ୍ତେଶ୍ୱର ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ହେଉଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ଶେଷ ସନ୍ଧ୍ୟାର ପ୍ରଥମ ଚରଣରେ ଶ୍ରୀ ଗୁଡ଼ଲି ରଥ ଏବଂ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ପରିବେଷଣ କରାଯାଇଥିଲା। ଏହାପରେ ନୃତ୍ୟଶିଳ୍ପୀ ସୋହିନୀ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା କଥକ, ପୂର୍ଣ୍ଣଶ୍ରୀ ରାଉତ ଏବଂ ଡ଼. ଅନିଶ ରାଗଭନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରିଶେଷରେ ନୃତ୍ୟଶିଳ୍ପୀ ସୁମନ ସରୱଗୀ ଏବଂ ଗ୍ରୁପ ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ ।ଆଜିର ଉଦଯାପନୀ ସନ୍ଧ୍ୟାରେ ପ୍ରଫେସର ସବିତା ପ୍ରଧାନ, ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଦୋଳଗୋବିନ୍ଦ ରଥ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ, ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଡ.ଭାଗ୍ୟଲିପି ମଲ୍ଲ ଓ ବିଶିଷ୍ଟ ସାହିତ୍ୟିକ ଡ଼. ମିହିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ୧୮ତମ ପ୍ରବାସୀ ଭାରତୀୟ ଦିବସ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ବହୁ ପ୍ରବାସୀ ଭାରତୀୟମାନେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦେଖିବାକୁ ଆସିଥିଲେ। ଉତ୍ସବରେ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଦେଖିବାକୁ ମିଳିଥିବାରୁ ପ୍ରବାସୀ ଭାରତୀୟମାନେ ଏହାର ଭୂୟସୀ ପ୍ରଶଂସା ମଧ୍ୟ କରିଥିଲେ।

