ମୁକୁନ୍ଦପୁର ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ମୁକୁନ୍ଦପୁର ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ରାୟଗଡା : ରାୟଗଡା ଜ଼ିଲ୍ଲା ଆନ୍ତର୍ଗତ କୋଲନରା ବ୍ଲକ ର ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜିଠାରୁ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୁଲ୍ୟ ମାଳିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନରେନ୍ଦ୍ର ନିଶାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଉତ୍ସବର ଶୁଭାରମ୍ଭ କରିଥିଲେ | ପ୍ରଥମେ କୈଳାଶପୁର ହାଇସ୍କୁଲ ନିକଟରେ ଥିବା ମା ଗୌରୀଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବିଦ୍ୟାଳୟ ପରିସରକୁ ଅଣାଗଲା ପରେ ମଶାଲ ସ୍ଥାପନ କରାଯାଇଥିଲା | ୨ ଦିନ ଧରି ଅନୁଷ୍ଠିତ ହେବା ଏହି କ୍ରୀଡା ଉତ୍ସବରେ କନିଷ୍ଠ, ଉପକନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭକ୍ତ କରାଯାଇ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଛି | ଏଥିରେ ଉପକନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ୧୦୦ ଓ ୨୦୦ ମିଟର ଦୌଡ, ସଟଫୁଟ, ଦୌଡ଼ି ଡିଆଁ ଓ ଡିସ୍କସ ପ୍ରତିଯୋଗୀତା କରାଯାଇଥିବା ବେଳେ କନିଷ୍ଠ ବର୍ଗ ପାଇଁ ବାଟି ଚାମଚ, ବସ୍ତା ଡିଆଁ, ବେଙ୍ଗ ଡିଆଁ ଓ ମ୍ୟୁଜିକ୍ ଚେୟାର ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା | ସମସ୍ତ କ୍ରୀଡ଼ାରେ ଉପକନିଷ୍ଠ , ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି | ଏହିପରି କ୍ରୀଡା ଦ୍ୱାରା ପିଲାଙ୍କ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ବିକାଶ ହେବା ସହ ଶିକ୍ଷାର ଉନ୍ନତି ହୋଇଥାଏ ଏବଂ ଏହି ମାଧ୍ୟମରେ ପିଲା ମାନେ ନିଜ ପ୍ରତିଭାକୁ ସର୍ବ ସମ୍ମୁଖରେ ଉପସ୍ଥାପନ କରିପାରିବେ ବୋଲି ବିଦ୍ୟାଳୟ ସଭାପତି ଶ୍ରୀ ନିଶାଲ ମତବ୍ୟକ୍ତ କରିଥିଲେ | ଆୟୋଜିତ ସମସ୍ତ କ୍ରୀଡାକୁ କ୍ରୀଡା ଶିକ୍ଷୟିତ୍ରୀ ପ୍ରୀତିସୁଦ୍ଧା ପଣ୍ଡା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ସୋମନାଥ ଦାସ, ବାଳକୃଷ୍ଣ ଗମାଙ୍ଗ, ଜେ.ରାମକ୍ରିଷ୍ଣା ଓ ଲକ୍ଷ୍ମୀକାନ୍ତ ରାଓତଙ୍କ ସମେତ ଶିକ୍ଷୟିତ୍ରୀ ଅନୀଲି ପାଢ଼ୀ, ଲିଲିପ୍ରିୟା ଶ୍ରଭା ସାହୁ, ଜିତାରାଣୀ ସେନାପତି ଓ ଟି ଲକ୍ଷ୍ମୀ ନାଥମ୍ମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *