*ମିଷ୍ଟି ପ୍ରଡକ୍ସନ ଓ ଏସଏସ ମିଡ଼ିଆ ପକ୍ଷରୁ ଆନନ୍ଦ ସେବାସଦନ କୁ ଆର୍ଥିକ ସହାୟତା।*
ବରଗଡ ପ୭, ୬(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ପଦମପୁର ର ରାଜାଜୀ ଟାଉନ୍ ହଲ୍ ରେ ଗତ ତା:୨୮.୦୯.୨୦୨୪ ରେ ମିଷ୍ଟି ପ୍ରଡକ୍ସନ ଓ ଏସଏସ ମିଡ଼ିଆ ଦ୍ଵାରା ଆୟୋଜିତ ସମ୍ବଲପୁରୀ ସିନେମା “ବୁନକର୍ ପିଲାର କାଏଁ ଦୋଷ” ଶୁଭମୁକ୍ତି ହୋଇ ତିନି ଦିନ ଧରି ଚାଲିଥିଲା। ଏହା ସହ ତିନି ଦିନ ହାଉସଫୁଲ ମଧ୍ୟ ହୋଇଥିଲା। ତେଣୁ ଏହି ସିନେମା ର ସଫଳତା ହେବା ଖୁସି ରେ ଆଜି ତା: ୦୬.୧୦.୨୦୨୪ ଆନନ୍ଦ ସେବାସଦନ ବଡ଼ପିପିଲିପାଲି କୁ ଆସି କିଛି ଆର୍ଥିକ ସହଯୋଗ କଲେ। ଏହା ସହ ଅନ୍ତେବାସୀଙ୍କ ସହ ମିଶି ଖାଇବା ସହ ସୁଖ ଦୁଃଖ ବୁଝିଥିଲେ ଏବଂ ସେବା ସଦନ ର ମୁଖ୍ୟ ଆନନ୍ଦ ସେଠ୍ ଙ୍କୁ ସେବା ସଦନ ର ସମସ୍ୟା ବୁଝିଥିଲେ ଓ ଆଗକୁ ସହଯୋଗ ର ହାତ ବଢେଇବା ପାଇଁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ। ସିନେମା ର ପ୍ରୟୋଜକ ଓ ନିର୍ଦ୍ଦେଶକ ହେମରାଜ ମେହେର ଓ ଶ୍ୟାମ ମେହେର ଙ୍କ ସହ ଅଭିନେତା ନାରାୟଣ ମେହେର ତଥା ଅନେକ କଳାକାର ସହ ସହଯୋଗୀ ରୋହିତ ମେହେର,ରମେଶ ମେହେର ମଧ୍ୟ ଉପସ୍ଥିତ ଥିଲେ।