ଆଜି ୨୧।୦୪/୨୦୨୪ ତାରିଖ ଦିନ ସ୍ଥାନୀୟ ମାଲକାନଗିରି ସଂସ୍କୃତି ଭବନ ପରିସରରେ କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିବକ୍ତ କୋରାପୁଟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।
ପାଞ୍ଚଟି ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ୧୮ ରୁ ୩୫ ବର୍ଷ ଉଭୟ ପୁରୁଷ ଓ ମହିଳା ,୧୭ ରୁ ୨୫ ବର୍ଷ ପାଇଁ ,୧୪ରୁ ୧୬ ବର୍ଷ ପାଇଁ ତଥା ୧୦ରୁ ୧୩ ବର୍ଷ ଭିତରେ ଓ ୩ ରୁ ୯ ବର୍ଷ ଭିତରେ ଗ୍ରୁପ୍ ରହିଛି ବୋଲି କେରିସ ର ଗ୍ରୁପ୍ ର ନିର୍ଦେଶିକା ସୁମନ ଖିଲୋ ପ୍ରକାଶ କରିଛନ୍ତି ଏହି କାର୍ଯ୍ୟକ୍ରମ ରେ ଜୁରୀ ଭାବେ ନକୁଲ ନାଗ,ଆଦର୍ଶ ମାଝୀ, ଅରୁଣିମା ଗୌଡ଼ ଯୋଗ ଦେଇଛନ୍ତି। ମାଲକାନଗିରି ପାଇଁ ମୁଖ୍ୟ ପ୍ରଯୋଜକ ଭାବରେ ଗୋ କ୍ୟାମ୍ପଫାଇର ଚନ୍ଦନ ଚୌଧୁରୀ ଓ ଡେଭିଲ୍ସ ଟାଟୁ ର ଦୀପକ ଖୋସଲା ସହଯୋଗ କରିଛନ୍ତି ଅଭିବକ୍ତ କୋରାପୁଟ ଜିଲ୍ଲାରେ ନୂଆ ପ୍ରତିଭାକୁ ବଡ଼ ମଞ୍ଚ ରେ ସ୍ଥାନ ଦେବା ସହ କୋରାପୁଟ ର ଅଳଙ୍କାର,କଳା ସଂସ୍କୃତି କୁ ପୁନର୍ବାର ଦୁନିଆ ସାମନାରେ ରେ ଭିନ୍ନ ରୂପରେ ଉପସ୍ଥାପନା କରିବା ସହିତ ସ୍ଥାନୀୟ ଯୁବକ ଯୁବତୀ ମାନେ କିପରି ଉପକୃତ ହୋଇ ପାରିବେ ସେ ତାହା ଉପରେ ଗୁରୁତ୍ବ ଦେଇଥିଲେ। ସୁମନ ଏହା ସହିତ ଗଦବା ର ପାରମ୍ପରିକ ବସ୍ତ୍ର କେରଙ୍ଗ ର ପୁନର ଉଦ୍ଧାର ପାଇଁ ବସୁନ୍ଧରା ଇନଫୋରମେସନ ମିଡିଆ ସହିତ ମିଳିତ ଭାବରେ କାମ କରୁଛନ୍ତି।କେରିଜ ରୁ ପିଲାମାନେ ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ ହେଇଛନ୍ତି। kମାଲକାନଗିରି ରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ପ୍ରବଳ ସଂଖ୍ୟାରେ ପ୍ରତିଯୋଗୀ ଆସିଥିଲେ । କାର୍ଯକ୍ରମ କୁ ନିବେଦିତା ମିଶ୍ର ପରିଚାଳନା କରିଥିଲେ ଫୋଟୋଗ୍ରାଫି ଓ ଭିଡ଼ିଓ ରେ MRJ ଫୋଟୋଗ୍ରାଫି ଟିମ୍ , ସ୍ଥାନୀୟ ସଂଯୋଜକ ଭାବରେ ସୁମନ୍ ବୈରାଗୀ,ଭାବରେ ସହଯୋଗ କରିଛନ୍ତି।