ମିନି ଟ୍ରକ ଧକ୍କାରେ ଶ୍ରମିକ ଗୁରୁତର, ରାସ୍ତା ଅବରୋଧ
ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ରେ ଟ୍ରକ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଶ୍ରମିକ ଜଣକ ହେଲେ ଦେଙ୍ଗମା ଗାଁର ଲକ୍ଷ୍ମୀ ଗୌଡ଼ (୪୫) l ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଆଣି ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଅନ୍ୟ ପକ୍ଷରେ କ୍ଷତିପୂରଣ ଦାବୀରେ ଚlନ୍ଦିପୁଟ ରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା l ମିନି ଟ୍ରକ ଡ଼୍ରାଇଭର ପୁରୀ ନିରାକାରପୁର ର ସୁରେନ୍ଦ୍ର ସାମନ୍ତରାୟ କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୁଲିସ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ଚlନ୍ଦିପୁଟ ରେ ସାପ୍ତାହିକ ହାଟ ଥିବାବେକେ ସକାଳ ପ୍ରାୟ ସାଢେ଼ ୭ ଟାରେ ବଜାର ଜନଗହଳି ପୂର୍ଣ୍ଣ ଥିଲା l ଏହି ସମୟରେ ଚlନ୍ଦିପୁଟ ରେ ରହୁଥିବା ଦେଙ୍ଗମା ଗାଁର ଲକ୍ଷ୍ମୀ ଗୌଡ଼ ରାସ୍ତାରେ ଯାଉଥିବା ବେଳେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେବା ସହ ଗୋଡ଼ ଉପରେ ଚକା ଚଢ଼ି ଯାଇଥିଲା l ଫଳରେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରlଯାଇଥିଲା l ଏହି ଘଟଣା ପରେ ଚlନ୍ଦିପୁଟ ରେ ଉତ୍ତେଜନା ଦେଖା ଦେଇଥିଲା l କ୍ଷତିପୂରଣ ଦାବିରେ ଚlନ୍ଦିପୁଟ ରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଗ୍ରାମବାସୀ l ଫଳରେ ମୋହନା ରୁ ପାରଳାଖେମୁଣ୍ଡି ଯାତାୟାତ ଠପ୍ ହୋଇଯାଇଥିଲା l ପୁଲିସ ବୁଝାସୁଝା ପରେ ସକାଳ ୧୦ ଟାରେ ରାସ୍ତା ଅବରୋଧ ହଟିଥିଲା l