ମିଟସ କଲେଜ ର ରୌପ୍ୟ ଜୟନ୍ତୀ ପାଳିତ

ମିଟସ କଲେଜ ର ରୌପ୍ୟ ଜୟନ୍ତୀ ପାଳିତ

ରାୟଗଡା : ମିଟସ ଗ୍ରୁପ ଅଧକ୍ଷ ଶ୍ରୀ ବଲକୃଷ୍ଣ ପଣ୍ଡା ଙ୍କ ଦ୍ୱାରା ପରିଚଳିତ ରାୟଗଡା ଜ଼ିଲ୍ଲା ର କୋଳନରା ବ୍ଲକ ଆନ୍ତର୍ଗତ ଭୁଜବଳ ଠାରେ ଅବସ୍ଥିତି ମଝିଘରିଆଣି ଇଂଷ୍ଟିଟ୍ୟୁ ଯୋଗ ଇଞ୍ଜିନିଅୟରିଙ୍ଗ ଓ ଟେକନୋଲୋଜି ର ଦୁଇ ଦିନିଆ ଗ୍ରାଣ୍ଡ ଆଲୁମିନା ଓ କଲେଜ ର ରୌପ୍ୟ ଜୟନ୍ତୀ କଲେଜ ପରିସର ମଧ୍ୟରେ ଗତ 27 ଓ 28 ଡିସେମ୍ବର ରର ଅନୁଷ୍ଠିତ ହୋଇଯାଇଛି l ଗତ 22 ବର୍ଷ ରେ ଏହି କଲେଜ ରୁ ବିଭନ ବିଭାଗ ରୁ ଉତୀର୍ଣ୍ଣ ହୋଇଥିବା ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଦୀର୍ଘ 25 ଧରି ମିଟସ କଲେଜ ଯେଉଁଭଳି ଭାବେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସଫଳତା ହାସଲ କରିଛି ସେଥିପାଇଁ ଏହି ଅନୁଷ୍ଠାନ ତୁ ବାହାରିଥିବା ଛାତ୍ର ଛାତ୍ରୀ ଦେଶ ବିଦେଶ ଟ ବିଭିନ୍ନ ଅନୁଷ୍ଠାନ ମାନଙ୍କ ରର ନିଯୁକ୍ତି ପାଇଥିବା ନେଇ ନିଜ ଅଭିଭାଷଣ ରର କଲେଜ ର ଅଧକ୍ଷ ବଲକୃଷ୍ଣ ପଣ୍ଡା କହିଥିଲେ l ନିମନ୍ତ୍ରିତ ଅତିଥି ଓ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ତିଳକ ଲଗାଇବା ସହିତ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ପ୍ରଥମ ଦିବସ 27 ତାରିଖ ରର ଆଲୁମିନିମାଙ୍କୁ ତାଙ୍କରି ପୂର୍ବର ସ୍ମୃତି କୁ ମନେପକେଇବା ନିମନ୍ତେ ସେମାଙ୍କୁ ମେଗା ଫୁଡ ପାର୍କ ଓ କ୍ୟାମ୍ପସ ଭ୍ରମଣ କରାଇବା ସହିତ, ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଙ୍କ ସହିତ ବାର୍ତାଳାପ କରାଯାଇଥିଲା l ଆଜିର ଏହି ଦିନ କୁ ସ୍ମରଣୀୟ କରିବସ ପାଇଁ କ୍ରିକେଟ, ଭଳି ବଲ, ମୁଜିକାଲ ଚେୟାର ବିଭିନ୍ନ ସହିତ ମନରଞ୍ଜନ ଧର୍ମୀ କ୍ରୀଡା ର ଆୟୋଜନ କରାଯାଇଥିଲା l ଦ୍ୱତୀୟ ଡିଣ 28 ଡିସେମ୍ବର ରେ ଅତିଥି ମାନଙ୍କୁ ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ଦର୍ଶନ ନିମନ୍ତେ ମନ୍ଦିର କୁ ନିଆଯାଇଥିଲା l ପରେ ପରେ ସେମାନେ ଫୁଡଫେଷ୍ଟ କୁ ମନ ଭରି ଉପଭୋଗ କରିଥିଲେ l ପରିଶେଷରେ ଅନ୍ତାକ୍ଷରୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରର ମିଟସ ଅଧକ୍ଷ ବଲକୃଷ୍ଣ ପଣ୍ଡା, ସିଇଓ ଶ୍ରୀରାମ ପଣ୍ଡା, ଉପାଦକ୍ଷ ବିଶ୍ୱଜିତ ପଣ୍ଡା, ଙ୍କ ସମତେ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଙ୍କ ସମତେ ଛାତ୍ର ଛାତ୍ରୀ ଉପସ୍ଥିତ ରହି ରହି କାର୍ଯ୍ୟକ୍ରମ କୁ ଅତି ସୁଚାର ରୂପେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵସ ଦ୍ୱାରା ମିଟସ ଗ୍ରୁପ ସହିତ ଜଡିତ ଥିବା ସମସ୍ତ ଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ଗଢି ଉଠିବା ରର ଏକ ସୁଯୋଗ ବୋଲି ମିଟସ ଗ୍ରୁପ ଅଧକ୍ଷ ବଲକୃଷ୍ଣ ପଣ୍ଡା କହିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *