ମା’ ଶାରଳାଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜଗତସିଂହପୁର : ମା’ ଶାରଳା ଭାଗବତ ପ୍ରସ୍ତର ସମିତି ପକ୍ଷରୁ କରାଯାଉ ଥିବା ଭାଗବତ ସପ୍ତାହ କଥାମୃତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଶ୍ରୀ ଅକ୍ଷୟ ସାହୁ ଶ୍ରୀ ତ୍ରିଲୋଚନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିଚାରପତି ଶ୍ରୀଯୁକ୍ତ ଆନନ୍ଦ ମୋହନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସଭାପତି ଶ୍ରୀ ବିଷ୍ଣୁ ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତା ମାନେ ସମସ୍ତଙ୍କୁ ସ୍ୱାଗତ କରି ଥିଲେ ବାବା ସତ୍ୟାନନ୍ଦ ଦାସ ମହାରାଜ ମଞ୍ଚରେ ଉପସ୍ଥିତ ସମସ୍ତ ଅଥିତି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥିଙ୍କ ଆଶ୍ରିବଚନ ପରେ ଭାଗବତ ସପ୍ତାହର କଥାମୃତ ବାବା ସମସ୍ତଙ୍କୁ ଶୁଣାଇଥିଲେ । ବିଶେଷ କରି ପୁତନା ରାକ୍ଷସୀ ଓ କୃଷ୍ଣଙ୍କ କଥା ଏବଂ କୃଷ୍ଣଙ୍କ ଲହୁଣୀ ଚୋରି ବିଷୟରେ କଳାକାର ମାନଙ୍କ ଦ୍ୱାରା ପରିବେଷିତ ନାଟକ ଅତି ଆକର୍ଷଣୀୟ ହୋଇଥିଲା । ବାବା ମଧ୍ୟ କୃଷ୍ଣଙ୍କ ଜନ୍ମ ଓ ବାସୁଦେବଙ୍କ ବିଷୟରେ ବିସ୍ତୃତ ଭାବେ କହିଥିଲେ । ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଯୁଗ୍ମ ସମ୍ପାଦକ ଆସନ୍ତା ଅଯୋଧ୍ୟାରେ ହେବାକୁ ଥିବା ପାଞ୍ଚରାତ୍ର କାର୍ଯ୍ୟକ୍ରମ ଜାନୁଆରୀ ୪ରୁ ୮ତାରିଖ ଯାଏଁ ହେବ ବୋଲି ସୂଚନା ଦେଇଥିଲେ । ନବବର୍ଷରେ ଏହି କାର୍ଯ୍ୟକ୍ରମ ଥିବାରୁ ଭିଡ ହେବାର ସମ୍ଭବନା ବେଶୀ, ତେଣୁ ଯେଉଁମାନେ ଇଛୁକ ଟ୍ରେନ ଟିକେଟ ଶୀଘ୍ର କାଟି ସ୍ଥାନ ସରଂକ୍ଷଣ କରିବାକୁ ଅନୁରୋଧ କରାଯାଇଥିଲା । କଥାମୃତ କାର୍ଯ୍ୟକ୍ରମ ପରେ ସମସ୍ତେ ମା ଶାରଳାଙ୍କ ପୀଠରେ ମିଳିମିଶି ପ୍ରସାଦ ସେବନ କରିଥିଲେ ।

