ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ବିଭିନ୍ନ ଉନୟନ ମୂଳକ କାମ ର ସମୀକ୍ଷା କରିଲେ
ରାୟଗଡ:-ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ,ଓଡିଶା ଦୁଇଦିନିଆ ରାୟଗଡ ଗସ୍ତରେ ଆସି ବିଭନ୍ନ କାର୍ଯ୍ୟକ୍ରମରେ ଯୋଗେଇଥିଲେ ଓ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟlୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜିଲ୍ଲାରେ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଯୋଜନାରେ ଉପରେ ସମୀକ୍ଷା କରିଥିଲେ l ମନେରେଗା ଭଳି ବିଭିନ୍ନ ଯୋଜନାରେ ଜନସାଧାରଣଙ୍କୁ ବିଶେଷକରୀ ଜନଜାତି ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବା ସହିତ ଦାଦନ ସମସ୍ୟା ଦୁରକରିବା ପାଇଁ ନୁର୍ଦେଶ ଦେଇଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀକୁ ଦକ୍ଷତା ବିକାଶ କରିବାକୁ କହିଥିଲେ l ପ୍ରଶାସନ ଅଧିକାରୀ ମାନେ ଲୋକଙ୍କ ପଖକୁ ଯାଇ ତାଙ୍କର ଦୁଃଖ ଶୁଣିବାକୁ ଓ ସରକାରୀ ସୁବିଧା ପହଞ୍ଚାଇବାକୁ କହିଥିଲେ lଜିଲ୍ଲାର ଅପହଞ୍ଚ ଦୁର୍ଘମ ଅଂଚଳକୁ ଗସ୍ତ କାରୀ ସେମାନଙ୍କ ନିକଟତରେ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ବିର୍ଦେଶ ଦେଇଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ଅନ୍ୟକେହି ଲାଭ ଯେପରି ନ ଉଠlନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ l ଲଘୁ ବନଜlତ ଦ୍ରବ୍ୟରେ ଉଚିତ ମୂଲ୍ୟ ପାଇବେ ସେଥିପାଇଁ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ l ସେହିପରି ମଙ୍ଗଳ ବିଭାଗ ଓ ଗଣ ଶିକ୍ଷା ବିଭାଗ ଉପରେ ସମୀକ୍ଷା କରିଥିଲେ l ବିଶେଷ କାରୀ ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟ ପରିବେଶ ପରିଚାଳନା,ପୋଷାକ ବଣ୍ଟନ,ଅନ୍ତେବାସୀଙ୍କ ପରିମଳ ବ୍ୟବସ୍ଥା ଠିକ ଭlବରେ ପରିଚାଳନା କରିବାକୁ ନିର୍ଦେଶ ଦେଇଥୁଲେ l ଖଣୀ ଖାଦାନ ଅଂଚଳରେ ବସବାସ କରୁଥିବା ଜନଜାତିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଠି ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ଅପହଞ୍ଚ, ଅବିକଶିତ ଅଂଚଳକୁ ଦୃଷ୍ଟି ଦେବା, ସମସ୍ତ କର୍ମଚାରୀ ଆନ୍ତରିକତା ସହିତ ନିଜକୁ ତ୍ୟାଗ କରିବାକୁ ପରାମର୍ଶ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ପିଏ, ଆଇଟିଡିଏ ଅଜୟ ପ୍ରଧାନ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ