ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ।
ସେମିଳିଗୁଡା : ୧୭,୮,୨୦୨୪:କୋରାପୁଟର ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଚାଲିଥିବା ଆବାସିକ ଅନୁଷ୍ଠାନ ମାନସକୁ ସେମିଳିଗୁଡାର କିଛି ସ୍ବେଛାସେବୀ ଯାଇ ସହାୟତାର ହାତ ବଢାଇଛନ୍ତି।ଏହି ଅନୁଷ୍ଠାନରେ ଥିବା ୩୨ ଜଣ ମାନସିକ ଅନଗ୍ରସର ପିଲାମାନଙ୍କ ସହ ଏହି ସ୍ବେଚ୍ଛାସେବୀମାନେ ସମୟ କଟାଇ ସେମାନଙ୍କର ଭଲମନ୍ଦ ବୁଝିଥିଲେ। ପିଲାମାନଙ୍କୁ ଖାଦ୍ଯ ପଦାର୍ଥ, ସାବୁନ,ତେଲ,ଲୁଗାସଫା ସାବୁନ,କମ୍ବଳ ପ୍ରଭୃତି ପ୍ରଦାନ କରିଥିଲେ।ତତ୍ତ୍ବାବଧାରକ ପ୍ରକାଶ ଦେହୁରୀ ଓ ଅଶୋକ ମହାନ୍ତିଙ୍କ ସହ ଅନୁଷ୍ଠାନର ସମସ୍ୟା ,ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ।ଷ୍ଟାଫ ସମସ୍ୟା,ଫିଜିଓଥେରାପିର ଆବଶ୍ୟକତା ପ୍ରଭୃତି ବିଷୟରେ ଜିଲ୍ଲା ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେମିଳିଗୁଡାରୁ ସାମାଜିକ କାର୍ଯ୍ଯକର୍ତ୍ତା ଆନନ୍ଦ ପାଟୱାନିଆ, ପ୍ରେମାନନ୍ଦ ପୁଷ୍ଟି,ସନତ ସାହୁ,ମନୋରଞ୍ଜନ ବେହେରା,ସ୍ନିଗ୍ଧାରାଣୀ ମିଶ୍ର ଓ ବବିତା ପାଣିଗ୍ରାହୀ ଯୋଗ ଦେଇଥିଲେ।