କାଦୋବାହାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଠାରେ ମାନବ ସେବାରେ ଯୁବ ପ୍ରତିଭା ଜାତୀୟ ସେବା ଯୋଜନାର ଆଲୋଚନା ଚକ୍ର ଅନୁଷ୍ଠିତ।
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋବାହାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନାତରଫରୁ ତତ୍ ସମ୍ପର୍କିତ ଆଲୋଚନା ଚକ୍ରଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମାନବସେବା ହିଁ ମାଧବ ସେବାକୁ ଦୃଷ୍ଟିରେ ରଖି ଗଠନ କରାଯାଇଥିବା ଜାତୀୟ ସେବା ଯୋଜନାର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ମିଳୁଥିବା ସରକାରୀ ସାହାଯ୍ୟ ତଥା ବିଭିନ୍ନ ଜନମଂଗଳକାରୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ବହୁ ସଂଖ୍ୟାରେ ମାଧ୍ୟମିକ ର ଛାତ୍ରଛାତ୍ରୀ ମାନଙ୍କୁ ଯୋଗଦେଇ ବୃକ୍ଷରୋପଣ, ରକ୍ତଦାନ, ପରିମଳ, ଜନସଚେତନତା ଆଦି ପ୍ରମୁଖ କାର୍ଯ୍ୟରେ ଯୋଗଦାନ ପାଇଁ ଆହ୍ବାନ କରାଯାଇଥିଲା । ଉକ୍ତ ଅବସରରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳିଷ୍ଠ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଅତିଥିଭାବେ ଲରମ୍ଭା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧୀକାରୀ ତଥା ଆଲୋଚକ ଡଃ ଅଜିତ କୁମାର ନାଥ , ମହାବିଦ୍ୟାଳୟ ର ଯୁବରେଡ କ୍ରସ ଅଧିକାରୀ ଡଃ ସୁଶାନ୍ତ କୁମାର ପୂଜାରୀ, ଅର୍ଥନୀତି ବିଭାଗର ଅଧ୍ୟାପକ ଡଃ ଅରବିନ୍ଦ ଦାଶ , ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ଦୀନେଶ ପ୍ରଧାନ ଯୋଗଦେଇଥିଲେ ।ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ହୃଷିକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।